
କଟକ : ଅନୁଷ୍ଠିତ ହୋଇ ଯାଇଛି କଟକ ରେଭେନ୍ସା କଲିଜିଏଟ ସ୍କୁଲର ୧୭୫ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବରେ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବରେ ବିଶିଷ୍ଟ ସଂଗୀତଜ୍ଞ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ ଉପସ୍ଥିତ ଥିଲେ ।
ସମ୍ମାନିତ ଅତିଥି ଭାବରେ ଜଷ୍ଟିସ ଲକ୍ଷ୍ମୀକାନ୍ତ ମହାପାତ୍ର, ସାଂସଦ ରୁଦ୍ରନାରାୟଣ ପାଣି, ବିଧାୟିକା ସୋଫିଆ ଫିରଦୋଷ, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ୍ ସୀନ୍ଦେ ଯୋଗ ଦେଇଥିଲେ । ଏହି ଅବସରରେ ମ୍ୟାଟ୍ରିକ ପରୀକ୍ଷାରେ A -1 ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାଳୟର ପାଞ୍ଚ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ କେନ୍ଦ୍ର ମନ୍ତ୍ରୀ । ସେହିପରି ୧୦ ଜଣ ବିଶିଷ୍ଟ ବ୍ୟକ୍ତିତ୍ଵଙ୍କୁ “କୃତବିଦ୍ୟ ସମ୍ମାନ” ଏବଂ ତିନି ଜଣ ବିଶିଷ୍ଟ ବ୍ୟକ୍ତିତ୍ଵଙ୍କୁ ” ବିଦ୍ୟାମିତ୍ର ସମ୍ମାନ” ପ୍ରଦନ କରାଯାଇଥିଲା ।
ଏହି ଅବସରରେ ରେଭେନସା କଲିଜିଏଟ ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ତଥା ନିମନ୍ତ୍ରିତ ଅତିଥିମାନଙ୍କ ପକ୍ଷରୁ ଅନେକ ମତ,ପ୍ରତିକ୍ରିୟା ପ୍ରକାଶ ପାଇ ଥିଲା । ଆଗାମୀ ଦିନରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।