ଗାଁରେ ବୁଲୁଛି ଅଜଣା ଜନ୍ତୁ, ଚିହ୍ନଟ କରି ସ୍ତାନାନ୍ତର କରିବା ପାଇଁ ଗ୍ରାମବାସୀଙ୍କ ଦାବି

youtube

କାମାକ୍ଷାନଗର : ଗାଁ ରେ ଖେଳିଯାଇଛି କୋକୁଆ ଭୟ । ସନ୍ଧ୍ୟା ହେଲେ ପଡ଼ୁଛି ତାଟି କବାଟ । କାହିଁକି ନା ଗାଁରେ ବୁଲୁଛି ଅଜଣାଜନ୍ତୁ । ଯିଏ ଦେଖୁଛି ସେ ହତବାକ ହୋଇ ରହିଯାଉଛି । ଏ ଜନ୍ତୁଟି କିଏ ବୋଲି ତାକୁ ଚିହ୍ନିବା କଷ୍ଟକର? ଅଜଣା ଜନ୍ତୁକୁ ଦେଖି ପୁରା ଗାଁ ଛାନିଆ ।

କାମାକ୍ଷାନଗର ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ l କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା କାମାକ୍ଷାନଗର ସହର ଠାରୁ ମାତ୍ର ଚାରି କିଲୋମିଟର ଦୂରରେ ଥିବା ଭାଲୁମୁଣ୍ଡା ଗାଁରେ ଅଜଣା ଜନ୍ତୁ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି l ଅଜଣା ଜନ୍ତୁଟି ଦୁଇ, ତିନି ଦିନ ଧରି ଗାଁ ଭିତରେ ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ ଜନ୍ତୁକୁ ନେଇ ଗାଁ ରେ ଭୟର ବାତାବରଣ ଦେଖାଦେଇଛି l

ଗାଁ ରେ କୋଡିଏ ପରିବାର ରହୁଥିବା ବେଳେ ଗାଁ ଟି ଜଙ୍ଗଲ ନିକଟରେ ରହିଛି l ଗତ ଦୁଇ, ତିନି ଦିନ ଧରି ଅଜଣାଜନ୍ତୁଟି ଗାଁ ଭିତରକୁ ପଶି ଆସିଥିବା ବେଳେ କିଛି ଗାଁ ଲୋକେ ଏହାର ଭିଡ଼ିଓ ଓ ଫୋଟୋ ଉଠାଇଥିଲେ l ପିଲାଛୁଆଙ୍କୁ ଧରି ଗାଁ ରେ ରହୁଥିବା ଲୋକମାନେ ଏନେଇ ଆତଙ୍କିତ ଥିବାବେଳେ ଅଜଣା ଜନ୍ତୁକୁ ନେଇ ବନବିଭାଗ ପାଖରେ କୌଣସି ଖବର ନାହିଁ l ତେବେ କିପରି ଜନ୍ତୁଟିକୁ ଚିହ୍ନଟ କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ସେନେଇ ଗ୍ରାମବାସୀ ଦାବି କରିଛନ୍ତି l

Leave A Reply

Your email address will not be published.