ରାସ୍ତା ଅବସ୍ଥା ଖରାପ: ଚାଲି ଚାଲି ଆମ୍ଭୁଲାନ୍ସ ନିକଟକୁ ଗଲେ ଗର୍ଭବତୀ

youtube

ଘଟଗାଁ: ଗାଁକୁ ଭଲ ରାସ୍ତା ନଥିବାରୁ ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଗଲେ ଗର୍ଭବତୀ ମହିଳା । ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ ପଶି ବହୁ କଷ୍ଟରେ ଯାଉଛନ୍ତି । ସାଙ୍ଗରେ ଥିବା ସମ୍ପର୍କୀୟମାନେ ମହିଳାଙ୍କୁ ଧରି ନାଳ ପାର୍ ହେଉଥାନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସାନ୍ତରାପୁର ପଞ୍ଚାୟତର ମେଣ୍ଢାମୁଣ୍ଡି ସାହିରେ। ଗାଁର ଜନାର୍ଦ୍ଦନ ମୁଣ୍ଡାଙ୍କ ପତ୍ନୀ ସାନ୍ତି ମୁଣ୍ଡାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ଭୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଗାଁ ମୁଣ୍ଡରେ ଆମ୍ଭୁଲାନ୍ସ ଅଟକି ରହିଲା । ଶେଷରେ ଜନାର୍ଦ୍ଦନ ନିଜ ପତ୍ନୀକୁ ଧରି ଚାଲି ଚାଲି ଆମ୍ଭୁଲାନ୍ସ ନିକଟରେ ପହଁଚିଥିଲେ ଓ ସେଠାରୁ କେନ୍ଦୁଝର ମେଡିକାଲ ଯାଇଥିବା ସୂଚନା ମିଳିଛି ।

ଦେଶ ସ୍ୱାଧିନ ହେବାର ଦୀର୍ଘ ବର୍ଷ ପରେ ବି ଗାଁକୁ ନାହିଁ ରାସ୍ତା । ରାସ୍ତା ନଥିବାରୁ ଗାଁକୁ ପହଁଚି ପାରୁନି ଜରୁରୀକାଳିନ ସେବା । ଫଳରେ ଗୃହବନ୍ଦୀ ଭାବେ ଜୀବନ କାଟୁଛନ୍ତି ମେଣ୍ଢାମୁଣ୍ଡି ସାହି ଲୋକେ । ଯଦି ପ୍ରଶାସନ ଗ୍ରାମବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପକ୍କା ରାସ୍ତା ସଂଯୋଗ କରିପାରନ୍ତା ତେବେ ଲୋକମାନେ ସରକାରଙ୍କ ସମସ୍ତ ଜନହିତକର ଯୋଜନାର ଲାଭ ପାଇପାରନ୍ତେ ।

Leave A Reply

Your email address will not be published.