
ଇସ୍ରାଏଲ-ଗାଜା ମଧ୍ୟରେ ଚାଲିଛି ନିରନ୍ତର ଆକ୍ରମଣ । ଇସ୍ରାଏଲ ପୁଣି ଥରେ ଗାଜାର ବିମାନ ଉପରେ କରିଛି ଆକ୍ରମଣ । ଇସ୍ରାଏଲର ବୋମା ବିସ୍ଫୋରଣରେ ୩ ଜଣ ସାମ୍ବାଦିକଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଯାହାର ସୂଚନା ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ଦେଇଛନ୍ତି । ଏହି ଆକ୍ରମଣ ଦକ୍ଷିଣ ଗାଜାର ଏକ ହସ୍ପିଟାଲ ଉପରେ କରାଯାଇଛି ।
ସୂଚନାନୁଯାୟୀ, ଯେଉଁ ସମୟରେ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଗାଜା ଦଖଲ କରିବାକୁ ଯୋଜନା ଅନୁମୋଦନ କରୁଥିଲା ସେହି ସମୟରେ ଗାଜାରେ ଆକ୍ରମଣ ହୋଇଛି । ସୁରକ୍ଷା କ୍ୟାବିନେଟଠାରୁ ଅନୁମୋଦନ ପାଇବା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲ ସମଗ୍ର ଅଞ୍ଚଳକୁ ପୁଣି ନିୟନ୍ତ୍ରଣ କରିବା ସହିତ ହମାସ ବିରୋଧୀ ବନ୍ଧୁ ଆରବୀୟମାନଙ୍କୁ ହସ୍ତାନ୍ତର କରିବାକୁ ଯୋଜନା କରୁଛି ।
ସେପଟେ ଗାଜା ପୂର୍ବରୁ ଇସ୍ରାଏଲ ୟେମେନର ରାଜଧାନୀ ସାନାରେ ବିମାନ ଆକ୍ରମଣ କରିଥିଲା । ଇସ୍ରାଏଲୀ ଆକ୍ରମଣରେ ସାନାର ପାୱାର ହାଉସ୍ ଏବଂ ପେଟ୍ରୋଲ ଷ୍ଟେସନ୍ ସମେତ ଅନେକ ଅଞ୍ଚଳକୁ ଟାର୍ଗେଟ କରିଥିଲା । ରାଷ୍ଟ୍ରପତି ଭବନ ନିକଟ ସମେତ ଅନେକ ଅଞ୍ଚଳରେ ବିସ୍ଫୋରଣର ଜୋରଦାର ଶବ୍ଦ ଶୁଣିବାକୁ ମିଳିଥିଲା । ଯେଉଁଥିରେ ରାଷ୍ଟ୍ରପତି ଭବନ ଏବଂ ଏକ ବନ୍ଦ ସାମରିକ ଏକାଡେମୀ ମଧ୍ୟଭାଗ ସାମିଲ୍ । ସାନାର ଏକ କେନ୍ଦ୍ରୀୟ ଏବଂ ଘନ ଜନବସତି ଅଞ୍ଚଳ ସାବିଏନ୍ ସ୍କୋୟାର ପାଖରେ ପ୍ରବଳ ବିସ୍ଫୋରଣ ଏବଂ ଧୂଆଁ ଉଠୁଥିବା ପ୍ରତ୍ୟକ୍ଷଦର୍ଶୀମାନେ ଦେଖିଥିଲେ ।
ଆପଣଙ୍କୁ ଜଣାଇ ରଖୁଛୁ ଯେ, ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କୀ ଇସ୍ରାଏଲରେ ପଶି ଆକ୍ରମଣ କରିଥିଲେ । ଯେଉଁଥିରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ । ହମାସର ଏହି ଆକ୍ରମଣ ପରେ ଇସ୍ରାଏଲ ବର୍ତ୍ତମାନ ପ୍ରତିଶୋଧ ପରାୟଣ ହୋଇ ଜବାବ୍ ଦେଉଛି । ବର୍ତ୍ତମାନ ସୁଦ୍ଧା ଇସ୍ରାଲର ଆକ୍ରମଣ ଜାରି ରହିଛି । ଯାହା ଗାଜାର ଏକ ଧ୍ବଂସାବଶେଷ ପାଲଟିଛି ।