ପାଣିରେ ବୁଡି ରହିଛି ସଙ୍ଗମେଶ୍ବର ମହାଦେବ ମନ୍ଦିର, ଡଙ୍ଗାରେ ଯାଇ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

youtube

ରାଜସ୍ଥାନ ବାଂସୱାଡ଼ାର ପାଣିରେ ବୁଡ଼ି ରହିଛି ସଙ୍ଗମେଶ୍ବର ମହାଦେବ ମନ୍ଦିର । ତଥାପି ବନ୍ଦ ହୋଇନି ଭକ୍ତଙ୍କ ପୂଜାର୍ଚ୍ଚନା । ସୋମବାର ଦିନ ଭୋଲେନାଥଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା ପାଇଁ ଡଙ୍ଗାରେ ଯାଇ ମନ୍ଦିରରେ ପହଞ୍ଚିଥିଲେ ଭକ୍ତ ।

ଲଗାତାର ବର୍ଷା ଯୋଗୁଁ ଅଧାରୁ ଅଧିକ ବୁଡ଼ିଯାଇଛି ସଙ୍ଗମେଶ୍ବର ମନ୍ଦିର । ଯାହା ଗୁଜୁରାଟର ସୀମା ନିକଟରେ ଥିବା ବାଂସୱାଡ଼ା ଏବଂ ଡୁଙ୍ଗରପୁର ଜିଲ୍ଲାର ସୀମାରେ ଅବସ୍ଥିତ । ଏହି ମନ୍ଦିର ତିନୋଟି ନଦୀ ମାହି, ଅନସ ଏବଂ ଜଖମର ସଙ୍ଗମସ୍ଥଳରେ ରହିଛି । ଏହି ପ୍ରାଚୀନ ମନ୍ଦିରର ମହାନ ଧାର୍ମିକ ଗୁରୁତ୍ୱ ରହିଛି । ଏହି ମନ୍ଦିର ବାଂସୱାଡ଼ାର ଆନନ୍ଦପୁରୀରୁ ପ୍ରାୟ ୫ କିଲୋମିଟର ଦୂର ଥିବାବେଳେ ଡୁଙ୍ଗରପୁରର ଚିଖାଲିରୁ ୩ କିଲୋମିଟର ଦୂରରେ ଏହି ମନ୍ଦିର ରହିଛି । ଯାହା ବେଦୁଆ ଗ୍ରାମ ନିକଟରେ ପାହାଡ଼ ପାଦଦେଶରେ ଅବସ୍ଥିତ । ଯାହା ପ୍ରାୟ ୨୦୦ ବର୍ଷ ତଳ ପୁରୁଣାର ବୋଲି ବିଶ୍ୱାସ କରାଯାଏ । ଦୀର୍ଘ ୮ ମାସ ଧରି ଏହି ମନ୍ଦିର ପାଣି ଘେରରେ ରହିଛି । ଭକ୍ତ ଡଙ୍ଗା ସାହାଯ୍ୟରେ ମନ୍ଦିରର ବେଢାରେ ପ୍ରବେଶ କରି ମହାଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ । ଶ୍ରାବଣ ମାସରେ ମଧ୍ୟ ଭକ୍ତମାନେ ଭଗବାନଙ୍କ ଦର୍ଶନ ପାଇଁ ଡଙ୍ଗା ସାହାଯ୍ୟରେ ମନ୍ଦିରରେ ପହଞ୍ଚିଥିଲେ ।

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ରାଜସ୍ଥାନର ଅନେକ ଜିଲ୍ଲାରେ ପାଣି ଜମି ରହିଛି । ଏଥିପାଇଁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜୟପୁରରେ ଦୁଇ ଦିନ ପାଇଁ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିଛି । ଫଳରେ ଅନେକ ଜୀବନଯାତ୍ରା ଏଥିରେ ପ୍ରଭାବିତ ହୋଇଛି ।

Leave A Reply

Your email address will not be published.