ରାଜ୍ୟରେ ‘ଆମ ଶାସନ’ ଆରମ୍ଭ ; ଏଣିକି ଲୋକଙ୍କ ସମସ୍ୟା ଶୁଣିବେ ମୁଖ୍ୟମନ୍ତ୍ରୀ ଓ ଅଧିକାରୀ

add-all

ଭୁବନେଶ୍ଵର : ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ଠାରୁ ମତାମତ ନେବେ ସରକାର।

ଜନତାଙ୍କ ନିକଟରେ ସମସ୍ତ ସରକାରୀ ସେବା କିପରି ପହଞ୍ଚିବ ଯୋଜନାର ସଫଳ ରୂପାୟନ କିପରି ହେବ ସମସ୍ୟା ଥିଲେ କିଭଳି ସମାଧାନ ହେବ ଜନତାଙ୍କ ଠାରୁ ସରକାର ସିଧାସଳଖ ମତାମତ ନେବେ । ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ ଓ ଅଧିକାରୀ ମାନେ ଜନତାଙ୍କୁ ଫୋନ୍ କରି ମତାମତ ନେବେ। ମୋବାଇଲକ୍ ଆପ୍ ମାଧ୍ୟମରେ ନିଆଯିବ ମତାମତ।

ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ad-week
Leave A Reply

Your email address will not be published.