
ଭୁବେନଶ୍ବର: ଆନ୍ଦୋଳନ ସ୍ଥଗିତ ରଖିଲା ରାଜସ୍ବ ଅମଲା ସଂଘ । ସରକାରଙ୍କ ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ। ୧୫ ଦିନ ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଆଜିଠୁ କାର୍ଯ୍ୟରେ ଯୋଗଦେବେ ଅମଲା କର୍ମଚାରୀ । ବନ୍ୟା ସ୍ଥିତି ଓ ପାର୍ବଣକୁ ଦୃଷ୍ଟିରେ ରଖି ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଗତକାଲି ମୁଖ୍ୟ ସଚିବଙ୍କ ସହ ଆଲୋଚନା ହୋଇଥିଲା। ଏଥିସହ ବନ୍ୟାସ୍ଥିତି ଓ ପାର୍ବଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି।
ଗତ ୧୫ ଦିନ ହେବ ୧୦ ଦଫା ଦାବିରେ ଆନ୍ଦୋଳନ କରୁଥିଲେ ରାଜସ୍ବ ଅମଲା ସଂଘ । ଫଳରେ ଜମିଜମା କାମ ପାଇଁ ଆସୁଥିବା ଲୋକଙ୍କ ପାଇଁ ନାହିଁନଥିବା ସମସ୍ୟା ହେଉଥିଲା। ବାଧ୍ୟ ହାଇ କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ୍ କରିଥିଲା ରାଜସ୍ବ ଓ ବୀପର୍ଯ୍ୟନ ପରିଚାଳନା ବିଭାଗ । ଧାରଣାରେ ଥିବା ରାଜସ୍ବ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲେ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ବିଭାଗ । ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସାମୁହିକ ଛୁଟିରେ ଯାଇଥିବା କର୍ମଚାରୀଙ୍କ ଉପରେ ଶୁଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା ବିଭାଗ ।