ଫସଲ ଜଗିଥିବା ବେଳେ ଦମ୍ପତିଙ୍କୁ ଦଳି ଦେଲା ହାତୀ

youtube

ପଦ୍ମପୁର : ସ୍ୱାମୀ-ସ୍ତ୍ରୀଙ୍କୁ ଦଳିଲା ହାତୀ । ବରଗଡ ଜିଲ୍ଲା ପାଇକମାଲ ଥାନା ଟେମରି ପଂଚାୟତର ଧନ୍ଦୁପାଲି ଗାଁରେ ଅଘଟଣ । ଗତକାଲି ରାତିରେ ଫସଲ ଜଗିବା ପାଇଁ ବାରି ପଛପଟେ ଶୋଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ହାତୀ ଦଳିଛି। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଂଚି ତଦନ୍ତ କରୁଛି ।

ସେହିପରି ବୌଦ୍ଧ ବନାଞ୍ଚଳ ବହିରା ସେକ୍ସନ ଡମ୍ବରୁଗଡ଼ ଜଙ୍ଗଲରେ ୮ ଟିକିଆ ହାତୀ ପଲ ଦେଖିବାକୁ ମିଳିଛି । ସୋନପୁର ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ସକାଳେ ଡମ୍ବରୁଗଡ଼ ବିଟ୍ ବିଟ୍ ଅଞ୍ଚଳକୁ ଚାଲି ଆସିଥିଲେ। ବନବିଭାଗ ଟିମ୍ ଓ ସ୍କାର୍ଡ କର୍ମଚାରୀ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।  ଗତକାଲିଠୁ ହାତୀ ପଲ ମହାନଦୀକୂଳରେ ଥିବା ଏହି ଜଙ୍ଗଲରେ ରହିଛନ୍ତି ।  ନିକଟରେ ଗାଁଁ ଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି ।

Leave A Reply

Your email address will not be published.