ପୁରୀ ଏସପି ଭାବେ ଦାୟିତ୍ଵ ଗ୍ରହଣ କଲେ ପ୍ରତୀକ ସିଂହ

youtube

ପୁରୀ : ପୁରୀର ନୂତନ ଏସପି ଭାବେ ପ୍ରତୀକ ସିଂହ ଆଜି ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।  ବିଦାୟୀ ଏସପି ତଥା ଉତ୍ତରାଞ୍ଚଳ ଡିଆଇଜି ହୋଇଥିବା ପିନାକ ମିଶ୍ରଙ୍କ ଠାରୁ ସେ ଏହି ଦାୟିତ୍ବ ଗ୍ରହଣ କରିଥିଲେ । ଦାୟିତ୍ବ ଗ୍ରହଣ ପୂର୍ବରୁ ସେ ଗତକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ ।

ପୁରୀ ଭଳି ଧାର୍ମିକ ଓ ପର୍ଯ୍ୟଟନ ସହରକୁ ପ୍ରତ୍ୟହ ଦେଶ ଭିତରୁ ଓ ଦେଶ ବାହାରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି  ।  ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ କିଭଳି ପୁରୀ ଆସି ସୁଖଦ ଅନୁଭୂତି ନେଇ ଫେରିବେ ,ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ତାହା ତାଙ୍କର ପ୍ରାଥମିକତା ରହିବ ।  ଏଥିପାଇଁ ସମସ୍ତ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର ସହଯୋଗରେ ପର୍ଯ୍ୟଟକଙ୍କ ଦର୍ଶନ ,ସୁରକ୍ଷା ମୁଖ୍ୟ ଫୋକସରେ ରହିବ ।

ସେହିପରି ଅପରାଧ ଓ ଅପରାଧିକ କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ୍ କରାଯିବ ନାହିଁ ।  ଏଥିସହ ସହରରେ ବୃଦ୍ଧି ପାଇ ଚାଲିଥିବା ଅବାଧ ନିଶା କାରବାର ଉପରେ ଅଙ୍କୁଶ ଲଗାଯିବ ।  ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପାଖରେ ଅନେକ ଦକ୍ଷ ଓ ଅଭିଜ୍ଞ ଅଧିକାରୀ ଅଛନ୍ତି  ।

ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା,ଅପରାଧ ଓ ଅପରାଧିକ କାର୍ଯ୍ୟକଳାପକୁ ପ୍ରତିହତ କରିବା ସହ ପୋଲିସ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ସବୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି  ।  ମହାପ୍ରଭୁଙ୍କ ଆଶୀର୍ବାଦ ,ସମସ୍ତଙ୍କ ସହଯୋଗରେ ପୋଲିସ ଲୋକଙ୍କ ବିଶ୍ଵାସଭାଜନ ହୋଇ ଦକ୍ଷତାର ସହ କାର୍ଯ୍ୟ କରିବ ବୋଲି ନୂତନ ଏସପି କହିଛନ୍ତି  ।

Leave A Reply

Your email address will not be published.