ଆଫଗାନିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସ୍ ଓଲଟି ୨୫ ମୃତ

youtube

ଆଫଗାନିସ୍ତାନ : ଆଫଗାନିସ୍ତାନ କାବୁଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଓଲଟିବା ଯୋଗୁଁ ଅତିକମରେ ୨୫ ଜଣଙ୍କର ଜୀବନ ଚାଲିଯାଇଛି । ତାଲିବାନର ଜଣେ ଅଧିକାରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି ।

ଖବର ମୁତାବକ, ସକାଳ ଆଫଗାନିସ୍ତାନ କାବୁଲର ଅରଘଣ୍ଡି ଅଞ୍ଚଳରେ ହେଲମନ୍ଦ ଏବଂ କାନ୍ଧାରର ଯାତ୍ରୀଙ୍କୁ ନେଇ ଏକ ବସ୍ ଅସାବଧାନତା ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ୨୫ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୨୭ରୁ ଅଧିକ ଆହତ ହୋଇଛନ୍ତି ।

ଆଫଗାନିସ୍ତାନରେ ସବୁବେଳେ ରାସ୍ତା ଖରାପ ଯୋଗୁଁ ଦୁର୍ଘଟଣା ବାରମ୍ବାର ହୋଇଥାଏ । ଏଠାରେ ଚାଲୁଥିବା ବସ୍ ପୁରୁଣା ଏବଂ ଯାନ୍ତ୍ରିକ ତ୍ରୁଟି ରହିଥାଏ । ତେଣୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟିଥାଏ ।

ସୂଚନାଯୋଗ୍ୟ, ୨୦୧୬ରେ ଆଫଗାନିସ୍ତାନରେ ଜାବୁଲରେ କାନ୍ଧାର ଏବଂ ହାଇୱେରେ ୨ଟି ଯାତ୍ରୀବାହୀ ବସ୍ ଏବଂ ଟ୍ରକ ଧକ୍କା ହେବା ଯୋଗୁଁ ବସ୍ ରେ ନିଆଁ ଲାଗିଯାଇଥିଲା । ଫଳରେ ୭୩ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା ।

Leave A Reply

Your email address will not be published.