
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ତାଣ୍ଡବ। ବୈଷ୍ଣୋଦେବୀ ମାର୍ଗରେ ଭୂସ୍ଖଳନ। ପାହାଡ଼ ଧସିବା ଫଳରେ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଜମ୍ମୁକଶ୍ମୀରର କଟରା ଜିଲ୍ଲାର ଅର୍ଦ୍ଧକୁଆରୀ ପାଖରେ ହୋଇଛି ଲ୍ୟାଣ୍ଡସ୍ଲାଇଡ । ଏହି ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ବୈଷ୍ଣୋଦେବୀଙ୍କ ମନ୍ଦିରକୁ ଯାଇଥାନ୍ତି । ଗତକାଲି ହଠାତ ଭୂସ୍ଖଳନ ହୋଇ ପାହାଡ଼ରୁ ମାଟି ଓ ବିଶାଳ ପଥର ତଳକୁ ଧସିଥିଲା । ଏହା ଫଳରେ ରାସ୍ତାରେ ଯାଉଥିବା ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି ।
ବୈଷ୍ଣୋଦେବୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଗୁରୁତରମାନଙ୍କୁ କଟରାସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନା ଓ ଏନଡିଆରଏଫକୁ ନିୟୋଜିତ କରାଯାଇଛି । ଶ୍ରଦ୍ଧାଳୁଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହା ପରେ ବୈଷ୍ଣୋଦେବୀ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଦୁଇ ଦିନ ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଫଳରେ ବିଭିନ୍ନ ନଦୀ ଜଳସ୍ତର ମଧ୍ୟ ବଢିବାରେ ଲାଗିଛି ।
ଅନ୍ୟପକ୍ଷରେ, ଉତ୍ତର ରେଳବାଇ ଜାମ୍ମୁ ଅଭିମୁଖେ ଯାଉଥିବା ୨୨ଟି ଟ୍ରେନକୁ ବାତିଲ କରିଥିବାବେଳେ ୨୭ଟି ଟ୍ରେନକୁ ବନ୍ଦ କରିଦିଆଯାଇଛି ।