କାରକୁ ଧକ୍କା ଦେଲା ବସ, ବୃଦ୍ଧ ମୃତ, ମହିଳା ଗୁରୁତର

youtube

ଦାରିଙ୍ଗବାଡି : ରାସ୍ତା କଡ଼ ଦୋକାନରେ ଚା’ ପିଉଥିବା ଜଣେ ବୃଦ୍ଧଙ୍କ ଉପରେ ଚଢିଗଲା କାର । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରାହ୍ମଣୀଗାଁ ବଜାର ନିକଟ ଧର୍ମ ସାହି ଛକ ନିକଟରେ । ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି  ସକାଳ ପ୍ରାୟ ୬ ଟା ସମୟରେ ଗଦାପୁରରୁ ବ୍ରାହ୍ମଣୀ ଗାଁକୁ ବିକ୍ରାନ୍ତ ଓ ପଦ୍ମାଳୟା ନାମକ ଦୁଇ ଘରୋଇ ଯାତ୍ରୀବାହୀ ବସ ଆଗପଛ ହୋଇ ଦ୍ରୁତ ଗତିରେ ଆସୁଥିଲେ ।

ହଠାତ ଏକ ବସ୍ ଯାତ୍ରୀ ଉଠାଇବାକୁ ପାର୍ଶରେ ରଖିବା ଫଳରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ବସ ଓଭରଟେକ କରିଥିଲା । ଏହି ସମୟରେ ଭାରସାମ୍ୟ ହରେଇ ପାର୍ଶ୍ୱରେ ଠିଆ ହୋଇଥିବା ଏକ କାରକୁ ଧକ୍କା ଦେଇଥିଲା । ଫଳରେ କାରଟି ଦୋକାନ ଭିତରେ ପଶିଯାଇଥିଲା । କାରରେ ଚାପି ହୋଇ ବୃଦ୍ଧଙ୍କ ଘଟଣା ସ୍ଥଳରେ ମୃତ୍ୟ ହୋଇଥିବା ବେଳେ ଚା ଦୋକାନୀ ମହିଳା ଗୁରୁତ୍ୱର ଆହତ ହୋଇଥିଲେ । ମୃତକ ଜଣକ ହେଲେ ବ୍ରାହ୍ମଣୀ ଗାଁ ଥାନା ସ୍ଥିତ ଧର୍ମ ସାହିର ବଣ୍ଡାସା ମାଝୀ ଏବଂ ଗୁରୁତର ମହିଳା ଜଣକ ହେଲେ ବଣ୍ଡା ମାଝୀ ।

କ୍ଷତି ପୂରଣ ଦାବିରେ ମୃତଶରୀର ଦୁର୍ଘଟଣା ସ୍ଥଳରେ ରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।ଫଳରେ ଦାରିଙ୍ଗବାଡ଼ି ଠାରୁ ବ୍ରହ୍ମପୁର ଯାତାୟତ ବନ୍ଦ ରହିଛି । ଧକ୍କା ଦେଇଥିବା ଯାତ୍ରୀବାହୀ ବସକୁ ଉତକ୍ତ୍ୟ ଲୋକେ ଭଙ୍ଗାରଞ୍ଜା କରିଥିବା ମଧ୍ୟ ଦେଖିବାକୁ ମିଳିଛି। ମୃତକ ପରିବାରକୁ ୫୦ଲକ୍ଷ ଟଙ୍କା ଓ ଗୁରୁତରଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସାଧାରଣରେ ଦାବିହୋଇଛି । ଦାରିଙ୍ଗବାଡ଼ି ତହସିଲଦାର ଫାଲ୍ଗୁନ କୁମାର ଘଟଣାସ୍ଥଳରେ ପହଁଛି ଉତକ୍ତ୍ୟ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଖବର ଲେଖାହେବା ଯାଏ କୌଣସି ସମାଧାନ ହୋଇପାରିନାହିଁ ।

Leave A Reply

Your email address will not be published.