ପୂଜାରେ ଚାନ୍ଦା ମାଗିଲେ ପୋଲିସକୁ ଜଣାନ୍ତୁ: ଡିସିପି

youtube

କଟକ: ଚାନ୍ଦା ଆଦାୟକାରୀଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସର ପଦକ୍ଷେପ । ପୂଜା ସମୟରେ ଚାନ୍ଦା ମାଗିବାକୁ ବାରଣ କରିଛି କଟକ କମିଶନରେଟ ପୋଲିସ । ଯଦି କେହି ଚାନ୍ଦା ମାଗୁଛନ୍ତି ବା ଏଥିନେଇ ଯୋର ଜବରଦସ୍ତ କରୁଛନ୍ତି ସେ ନେଇ ପୋଲିସକୁ ଜଣାନ୍ତୁ ବୋଲି କହିଛନ୍ତି ଡିସିପି । କମିଶନରେଟ ପୋଲିସ ପକ୍ଷରୁ ଏକ ଫୋନ ନମ୍ବର ଜାରି କରାଯାଇଛି । ଫୋନ ନମ୍ବରଟି ହେଲା ୭୩୨୮୦୭୭୩୨୪ ଏବଂ ୮୪୮୦୫୧୩୦୦୭ । ଅଭିଯୋଗକାରୀଙ୍କ ନାଁ ଗୋପନ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି ।

Leave A Reply

Your email address will not be published.