ଦିନରେ ଦିଏ ଚିକିଣିଆ ପ୍ରବଚନ, ରାତି ହେଲେ କରେ ଚୋରି

add-all

ଭୁବନେଶ୍ବର : ଦିନରେ ୟୁଟ୍ୟୁବ ଖୋଲି ପ୍ରବଚନ ପରେ ପ୍ରବଚନ ଦେଉଥିବା ଏ ଅଭିଯୁକ୍ତର ନାଁ ମନୋଜ ସିଂହ । ଯିଏ ଦିନରେ ଚିକିଣିଆ କଥା ରାତିରେ ଚୋରି କରେ I ଭଦ୍ରମୁଖା ପିନ୍ଧା ଏହି ଚୋରକୁ ଶେଷରେ ଗିରଫ କରିଛି କମିଶନରେଟ ପୁଲିସ I ଅଭିଯୁକ୍ତ ନାଁରେ ୧୦ରୁ ଅଧିକ ମାମଲା ରହିଛି I ନୟାପଲ୍ଲୀ, ତମଣ୍ଡୋ ଆଦି ଅଞ୍ଚଳରେ ଅନେକ ମାମଲାରେ ରହିଥିବା ବେଳେ ଭରତପୁର ଥାନା ଅଞ୍ଚଳରୁ ଗତ ୧୪ ଅଗଷ୍ଟରେ ୨୦୦ ଗ୍ରାମ ସୁନା ଲୁଟି ନେଇଥିଲା ଏହି ଅଭିଯୁକ୍ତ I ତା ପାଖରୁ ୨୦୦ ଗ୍ରାମ ସୁନା ଗହଣା ସହ ୧ ଲକ୍ଷ ଟଙ୍କା ଜବତ କରାଯାଇଛି ।
ଚେଞ୍ଜ ୟୋର ଲାଇଫ ୟୁଟ୍ୟୁବ ଚାନେଲ ମାଧ୍ଯମରେ ଜୀବନକୁ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ କଥା କହି ପ୍ରବଚନ ଦେଉଥିବା ମନୋଜ କେଉଁ ପରିସ୍ଥିତିରେ ପଡି ଚୋରି କରେ ତାର ଗୋଟି ଗୋଟି ଦିଗ କହିଛି । ଏବଂ ପୋଲିସ ହାତରେ ଧରା ପଡିବା ପରେ ଓ ମିଡିଆରେ ପର୍ଦ୍ଦାଫାସ ହେବା ପରେ ଲୋକେ କେମିତି ଚୋରକୁ ଘୃଣ୍ୟ ଆଖିରେ ଦେଖନ୍ତି ଏବଂ କେମିତି ଜଣେ ଚୋର ଧରା ନପଡିବା ଯାଏଁ ସମାଜରେ ଭଦ୍ର ଲୋକ ଭଲି ବଞ୍ଚୁଥାଏ ସେ ଦିଗ ଉପରେ ପ୍ରବଚନ ଦେଇ ପରୋକ୍ଷରେ ନିଜ କଥା କହିଦେଇଛି ଏ ଅଭିଯୁକ୍ତ ।
ତେବେ ରାଜଧାନୀର ଏ ଭଦ୍ର ମୁଖା ପିନ୍ଧା ମନୋଜର ଚୋର ରୂପ ପର୍ଦ୍ଦାଫାସ ହେବା ପରେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି ଯେ ସମାଜରେ ମଣିଷ କେତେ କେତେ ଫଣ୍ଡା ଆପଣାଇପାରେ । ଚୋରି ପାଇଁ ସେ କେତେ ବାଟ ଦେଇ ନିଜ ସ୍ବାର୍ଥ ହାସଲ କରେ । ଏପଟେ ଚୋରି ନକରିବାକୁ ପ୍ରବଚନ, ସେପଟେ ରାତି ହେଲେ ଚୋରି ପାଇଁ ପ୍ରସ୍ତୁତି… |

ad-week
Leave A Reply

Your email address will not be published.