ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ସିସିଟିଭିରେ ଦୁଇ ଯୁବତୀଙ୍କ କାରନାମା କଏଦ

add-all

ଭୁବନେଶ୍ଵର: ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୁଲିସ। ଘଟଣାରେ ଦୁଇ ଜଣ ଯୁବତୀଙ୍କୁ ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ନାଁ ହେଉଛି ଶୁଭମ ପଣ୍ଡା। ତାଙ୍କ ଘର ଯାଜପୁରର କୁଆଖିଆରେ ବୋଲି ଜଣାପଡ଼ିଛି। 

ମିଳିଥିବା ସୂଚନା ଅନୁସାରେ ଶୁଭମ ବରଗଡ଼ରେ ପୂଜା ସାମଗ୍ରୀ ଦୋକାନ କରିଥିଲେ। ହେଲେ ଗୁରୁବାର ତାଙ୍କର ମୃତ୍ୟୁଦେହ ଝୁଲୁଥିବା ଖବର ମିଳିଥିଲା। ସୂଚନା ପାଇ ବଡଗଡ ଥାନା ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି। ପୁଲିସ ସିସିଟିଭିରେ ଫୁଟେ୍‌ଜ୍‌ ଯାଞ୍ଚ କରିବାରେ ସେଥିରେ ଦୁଇ ଯୁବତୀ ମୃତ ଶୁଭମ ପଣ୍ଡାଙ୍କ ପକେଟ୍‌ରୁ ମୋବାଇଲ୍ ଫୋନ୍ ନେଇ ପଳାଇଯାଉଥିବା ଦେଖାଯାଉଛି। 

ଫୁଟେଜ୍ ଆଧାରରେ ବର୍ତ୍ତମାନ ପୁଲିସ ଦୁଇ ଯୁବତୀଙ୍କୁ ଖୋଜୁଛି। ଶେଷଥର ପାଇଁ ସିସିଟିଭିରେ ଦୁଇ ଯୁବତୀଙ୍କୁ ଏକ ସ୍କୁଟିରେ ଛୁ ମାରୁଥିବା ଦେଖିବାକୁ ମିଳିଥିଲାI ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ପୁଲିସ ମାମଲାରେ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.