ଜାରି ରହିଛି ଲଘୁଚାପ ପ୍ରଭାବ, ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ : ସେପ୍ଟେମ୍ବର ପହିଲାରୁ ପୁଣି ଭିଜିବ ଓଡ଼ିଶା

youtube

ଭୁବନେଶ୍ବର ୨୮।୮: ରାଜ୍ୟ ଉପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବୈଜ୍ଞାନିକ ଶରତ ସାହୁ । ଯାହା ଫଳରେ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ପୁଣି ଜାରି ରହିବ ବର୍ଷା ପୁଣି ଭିଜିବ ଓଡ଼ିଶା। 

ସେପଟେ ଲଘୁଚାପ ପ୍ରଭାବରେ  ଆଉ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ଚେତାବନୀ ବି ରହିଥିବା ବେଳେ ଲଘୁଚାପରେ ପରିଣତ   ହୋଇଛି ସଦୃଶ ଲଘୁଚାପ । ଛତିଶଗଡ଼ ଉପରେ ସକ୍ରିୟ ରହିଛି । ଗୁରୁବାର ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଶୁକ୍ରବାରଠୁ କମିବ ବର୍ଷାର ପରିମାଣ । ଉତ୍ତର  ଓ ଉପକୂଳ   ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୩୦ ତାରିଖ  ଯାଏଁ ପ୍ରବଳ ବର୍ଷାର ସମ୍ଭାବନା  ନଥିବା ବେଳେ ପୁଣି ୩୧ରୁ ବଢିବ ବର୍ଷା । ୩୧ ତାରିଖରେ ମୟୁରଭଞ୍ଜ  ଓ କେନ୍ଦୁଝର ରେ ପ୍ରବଳ  ବର୍ଷା   ପାଇଁ  ୟେଲୋ ଓ୍ବାର୍ଣ୍ଣିଂ   ଜାରି କରିଛି ବିଭାଗ । ଆହୁରି ୨୪ ଘଣ୍ଟା ମତ୍ସ୍ୟଜୀବୀଙ୍କ  ପାଇଁ ଚେତାବନୀ ଦେଇଛି ବିଭାଗ  । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଦକ୍ଷିଣ ପୂର୍ବ ଦିଗରୁ ପବନ ପ୍ରବାହିତ ହେଉଛି ପ୍ରଭାବରେ ବର୍ଷା ସମ୍ଭାବନା ରହୁଛି ।

Leave A Reply

Your email address will not be published.