ଏବେବି ଖସିନି ବନ୍ୟାପାଣି, ଉଜୁଡିବ ସାରଦା ଧାନତଳି

add-all

ଆରଡି : ବୈତରଣୀରେ ଆସିଥିବା ବନ୍ୟା ଦୀର୍ଘ ୬ଦିନ ଧରି ତା’ର କରାଳ ରୂପ ଦେଖାଦେବା ପରେ ଗତ ବୁଧବାରଠାରୁ କମିବାରେ ଲାଗିଛି। ଫଳରେ ଚାନ୍ଦବାଲି ବ୍ଲକର  ୪ ପଞ୍ଚାୟତରେ  ୨୦ ଗାଁ  ପ୍ରଭାବିତ ହୋଇଛି।  କ୍ଷେତ ଓ ପଥରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ  ଏବେବି ଅନେକ ଲୋକମାନେ ପାଣିରେ ପଶି ଯାତାୟତ କରୁଛନ୍ତି।   ୬ଦିନ ହେଲା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ବନ୍ୟାର ୫ଦିନ ପରେ  ଜିଲା ପ୍ରଶାସନ ଅଧିକାରୀ ବନ୍ୟାଞ୍ଚଳକୁ ଯାଇ ବିପନ୍ନଙ୍କୁ ଭେଟିବା ସହ ଜଳଵନ୍ଦି ହୋଇ ରହିଥିବା ବିପନ୍ନ ମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଇଥିଲେ ମଧ୍ଯ ଗୋଟିଏ ଓଳି ରନ୍ଧାଖାଦ୍ୟ ଦେଇ ପ୍ରଶାସନ ତା’ର କାମ ସାରିଛି। ଏପରିକି ବନ୍ଯାର ୫ଦିନ ପରେ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବାରୁ ବହୁ ବିପନ୍ନ ଖାଦ୍ୟ ଗ୍ରହଣ ନକରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପାଣି ଛାଡିବା ଯାଏଁ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ ପ୍ରେସ ବିବୃତି ଦେଇଥିଲେ। ହେଲେ ଏପଟେ ବିପନ୍ନ ଭୋକ ଉପାସରେ ସ୍କୁଲ ଘରେ ଦୀର୍ଘ ୫ଦିନ  ରହିବା ପରେ ବନ୍ଯାପାଣି କମିବାରୁ ନିଜ ଘରକୁ ଫେରି ସଜାଡୁଛନ୍ତି। ବନ୍ୟାପାଣି ଗାଁ ଦାଣ୍ଡ ଓ ଘରେ ପଶିବାରୁ ବେଶି ପ୍ରଭାବିତ ହୋଇଛି କଚ୍ଚାଘର। କେଉଁଠି ପାଣି ପଶି କାନ୍ଥ ଭୁଶୁଡ଼ି ପଡ଼ିଛି ତ ଆଉ କେଉଁଠି ଘରର ଆସବାବପତ୍ର ଓ ଦରକାରୀ କାଗଜପତ୍ର ବତୁରିଯାଇ ନଷ୍ଟ ହୋଇଯାଇଛି। ଏପରିକି ବନ୍ଯାଞ୍ଚଳରେ ଅଧିକାଂଶ ନଳକୂପ ବୁଡିଯାଇଥିବାରୁ ବିପନ୍ନମାନେ ଶୋଷ ମେଣ୍ଟାଇବା ପାଇଁ ନଳକୂପର ଦୂଷିତ ପାଣି ପିଉଛନ୍ତି।

ad-week
Leave A Reply

Your email address will not be published.