
ନୂଆଦିଲ୍ଲୀ:ଏସିଆ କପ କ୍ରିକେଟ-୨୦୨୫ ଆସନ୍ତା ସେପ୍ଟେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଭାରତୀୟ ଦଳ ୟୁଏଇ ଗସ୍ତ ପୂର୍ବରୁ କିଛି ଖେଳାଳିଙ୍କ ଫିଟ୍ନେସ ପରୀକ୍ଷା କରାଯିବ। ଭାରତୀୟ ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଓ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ ଫିଟ୍ନେସ ପରୀକ୍ଷା ଦେବେ। ଫିଟ୍ନେସ ପରୀକ୍ଷା ଦେବା ଲାଗି ବୁମ୍ରା ଓ ଗିଲ୍ ଶନିବାର ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସିରେ ପହଞ୍ଚିଛନ୍ତି। ଗିଲ୍ ଅସୁସ୍ଥତା ପାଇଁ ଦୁଲୀପ ଟ୍ରଫି କ୍ରିକେଟର କ୍ବାର୍ଟର ଫାଇନାଲ ଖେଳିନଥିଲେ। ଗିଲ୍ ଉତ୍ତରାଞ୍ଚଳ ଅଧିନାୟକ ରହିଥିଲେ। ଗିଲ୍ ଓ ବୁମ୍ରା ବିସିସିଆଇ ସିଇଓ ନିକଟରେ ରିପୋର୍ଟ ଦାଖଲ କରିଥିବାବେଳେ ଫିଟ୍ନେସ ପରୀକ୍ଷା ଦେବେ। ସେହିପରି ଏସିଆ କପ୍ ଲାଗି ଭାରତୀୟ ଦଳର ଅଂଶ ନଥିଲେ ମଧ୍ୟ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ମହମ୍ମଦ ସିରାଜ ମଧ୍ୟ ଫିଟ୍ନେସ ପରୀକ୍ଷା ଦେବେ। ଏ ନେଇ ଉଭୟେ ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସିରେ ପହଞ୍ଚିଛନ୍ତି। ଉଭୟେଙ୍କୁ ୟୋ ୟୋ ଓ ବ୍ରାଙ୍କୋ ଟେଷ୍ଟ ଦେବାକୁ ହେବ। ଯଦି ଉକ୍ତ ଫି୍ଟ୍ନେସ ପରୀକ୍ଷାରେ ରୋହିତ କୃତକାର୍ଯ୍ୟ ହୁଅନ୍ତି ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସ୍ଥାନ ପାଇବେ। ରୋହିତ ନ୍ୟୁଜିଲାଣ୍ଡ ବିପକ୍ଷ ଚମ୍ପିଆନ୍ସ ଟ୍ରଫି ଫାଇନାଲ ପରେ ଆଉ ଅନ୍ତର୍ଜାତୀୟ କ୍ରିକେଟ ଖେଳିନାହାନ୍ତି।