
ରାୟଗଡା : ୨ବାଘ ଛାଲ ଜବତ, ୪ଗିରଫ । କେନ୍ଦ୍ର ସରକାରଙ୍କ ରାଜସ୍ବ ଗୁଇନ୍ଦା ବିଭାଗ ପକ୍ଷରୁ ମୁମ୍ବାଇର ଏକ ଟିମ ରାୟଗଡା ଜିଲ୍ଲାର କୋଲନରା ନିକଟରେ ଏକ ଆନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟକୁ ଠାବ କରିଛି ।
ଦେଶ ବାହାରକୁ ଚୋରାଚାଲାଣ ହେବାକୁ ଥିବା ୨ ଚିତାବାଘ ଚମଡା ସହିତ ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡର ଦୁଇଜଣ ଓ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ଦୁଇଜଣ ଚୋରାଚାଲାଣ କାରୀଙ୍କୁ ଗିରଫ କରିଛି । ଗିରଫ ପରେ ରାୟଗଡା ବନଖଣ୍ଡ ବିଭାଗକୁ ହସ୍ତାନ୍ତର କରାଯାଇଛି ।
ରାୟଗଡା ବନଖଣ୍ଡ ବିଭାଗ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରିଛନ୍ତି। ଦୀର୍ଘ୍ ବର୍ଷ ଧରି ଏହି ଆନ୍ତଃ ରାଜ୍ୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ ଚାଲିଥିବା ନେଇ ଅଭିଯୁକ୍ତ ମାନେ ସ୍ବୀକାର କରିଛନ୍ତି ।