
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱର ନେଇ ଉତ୍କଣ୍ଠା ବଢିଛି । ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର । ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ନୂଆ ସହର କରାଯିବ । ୮ ଶହ ଏକରରୁ ନୂଆ ସିଟି ପ୍ରୋଜେକ୍ଟରେ ରହିଛି ୭୦ ପ୍ରତିଶତ ସରକାରୀ ଜାଗା । ଫରେଷ୍ଟ ଜାଗା ୨ ଶହ ଏକର । ବେସରକାରୀ ୨୬ ଏକର ଜମି ଅଧିଗ୍ରହଣ କରାଯିବ । ସମସ୍ତ ଚୁକ୍ତି ହୋଇସାରିଛି । ମାଷ୍ଟରପ୍ଲାନ ସରିଲେ କାମ ଆରମ୍ଭ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଓ ସଚିବ ।
ସେହିପରି ନୂଆ ସହର ନିର୍ମାଣ ପାଇଁ ସିଙ୍ଗାପୁର ସରକାର ଏହାର ଡ୍ରଇଁ ଏବଂ ଡିଜାଇନ ପ୍ରସ୍ତୁତ ଦାୟିତ୍ୱ ନେଇଛନ୍ତି । ଦୋଲେରା ଗିପ୍ଟ ସିଟି ଢାଞ୍ଚାରେ ଏହାର ନିର୍ମାଣ ହେବା ନେଇ ଚିନ୍ତା କରାଯାଉଛି । ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ଲୋକ ରହିବା ପାଇଁ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି । ନୂଆ ସହ ମଧ୍ୟରେ ଶିଳ୍ପ ସଂସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହାର ଡିପିଆର ସିଙ୍ଗାପୁର ସରକାର ପ୍ରସ୍ତୁତ କରୁଥିବା ବେଳେ ଆବଶ୍ୟକ ଅର୍ଥ ସେମାନଙ୍କୁ ଦିଆଯାଇଛି । ଆସନ୍ତା ଏକ ମାସରୁ ଦୁଇ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ଡିପିଆର ଦେବ ସିଙ୍ଗାପୁର । ସହର ବୃଦ୍ଧି ସହ ସହରକୁ ରି-ଡେଭଲପମେଣ୍ଟ ମଧ୍ୟ କରିବାକୁ ଆମେ ଯୋଜନା କରୁଛି ବୋଲି କହିଛନ୍ତି ।