୩ ଟି ଅର୍ଥନୈତିକ ଜୋନ ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି ଓଡ଼ିଶା ସରକାର

youtube

ଭୁବନେଶ୍ୱର : ଭୁବନେଶ୍ୱରକୁ ଗୋଟିଏ ବିଶ୍ଵସ୍ତରୀୟ ସହର କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିୟାଯାଇଛି ।  ଓଡ଼ିଶା ସରକାର କ୍ଵାଡ଼ ସିଟି ପ୍ରୋଗ୍ରାମ ଜରିଆରେ ଭୁବନେଶ୍ୱର, ପୁରୀ, କଟକ, ଏବଂ ପାରାଦ୍ୱୀପକୁ  ମିଶାଇ ଏକ ଅର୍ଥନୈତିକ ଜୋନ  କରିବା ପାଇଁ ରାଜ୍ୟ ସରକାର ପ୍ଲାନ ରଖିଛନ୍ତି ।  ସେହିଭଳି   ସୁନାବେଡା, କୋରାପୁଟ, ବରଗଡ଼, ସମ୍ବଲପୁରକୁ ନେଇ ଅନ୍ୟ ଏକ ଅର୍ଥନୈତିକ ଜୋନ  ହେବ  । ତା ବାଦ  ଉତ୍ତରରେ ମଧ୍ୟ   ରାଉରକେଲା,  କେଉଁଝରର ବଡ଼ବିଲକୁ ନେଇ ଅନ୍ୟ  ଏକ  ଅର୍ଥନୈତିକ ଜୋନ  କରାଯିବ । 

ଯେଉଁ ସହରଗୁଡିକ  ରାଜ୍ୟର ଜ଼ିଡିପିରେ ପ୍ରମୁଖ  ଦାୟିତ୍ୱ ନେଉଛନ୍ତି  ସେହି ସହରମାନଙ୍କୁ ନେଇକି   ଅର୍ଥନୀତିକ ଜୋନ  ପ୍ରସ୍ତୁତ ହେଉଛି  ବୋଲି  ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି ।  କେବଳ ସହରାଞ୍ଚଳ ବୃଦ୍ଧି ନୁହେଁ ବରଂ ରାଜ୍ୟର ଅର୍ଥନୀତିକ କାରବାର ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ ।  ରାଜ୍ୟ ସରକାରଙ୍କ ଏକ ଆନ୍ତରିଣ କମିଟି ଏବଂ ନୀତି ଆୟୋଗର  ସମନ୍ୱୟରେ ଏହି  କ୍ଵାଡ଼ ସିଟି  ଯୋଜନା ଆଗକୁ ବଢୁଛି  ।

ଏକ ଆଭ୍ୟନ୍ତରୀଣ କମିଟି ଏବଂ ନୀତି ଆୟୋଗ ସହିତ ସମନ୍ୱୟରେ କ୍ୱାଡ୍ ସିଟି ଯୋଜନା କାର୍ଯ୍ୟକାରୀ କରାଯାଉଛି ।  ସରକାରଙ୍କ ଲକ୍ଷ୍ୟକୁ ଦୋହରାଇ ପାଢୀ କହିଛନ୍ତି ଯେ ଏହାର ଲକ୍ଷ୍ୟ ହେଉଛି ରାଜ୍ୟରେ ସହରାଞ୍ଚଳ ବିକାଶ ଏବଂ ଆର୍ଥିକ କାରବାର ଉଭୟକୁ ବୃଦ୍ଧି କରିବା ।

Leave A Reply

Your email address will not be published.