ଲଟେରି ଜରିଆରେ ଭୁବନେଶ୍ୱର ବରମୁଣ୍ଡା ଦୋକାନ ବଣ୍ଟନ ହେବ

add-all

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ହେବ ଦୋକାନ ବଣ୍ଟନ। ବିଡିଏ ଭାଇସ୍‌ ଚେୟାରମ୍ୟାନ ଡ.ଏନ୍‌ ତିରୁମାଲା ନାଏକ ସୋମବାର ଏହି ବଡ଼ ଘୋଷଣା କରିଛନ୍ତି। ୧୦ ଦିନ ଭିତରେ ୧୨୦ ଦୋକାନୀଙ୍କୁ ଲଟେରୀ ମାଧ୍ୟମରେ ଦୋକାନୀଙ୍କୁ ଘର ଆବଣ୍ଟନ କରାଯିବ।

ଦୋକାନୀଙ୍କ ମଧ୍ୟରେ ଟିକେ ଅନ୍ତଦର୍‌ବନ୍ଦ୍ବ ଥିଲା, ଯାହା ଏବେ ଦୂର ହୋଇଛି। ପୁରୁଣା ବସ୍‌ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦୋକାନ ଘର ଯୋଗାଇ ଦିଆଯିବ ବୋଲି ବିଡିଏ ଭାଇସ୍‌ ଚେୟାରମ୍ୟାନ କହିଛନ୍ତି।

ad-week
Leave A Reply

Your email address will not be published.