
ଭୁବନେଶ୍ବର : ରାଜ୍ୟରେ ୭ ନୂଆ ମ୍ୟୁନିସପାଲିଟି ଓ ୧୬ ନୂଆ NAC ଘୋଷଣା ହୋଇଛି। ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ୭ ନୂଆ ମ୍ୟୁନିସପାଲିଟି ଓ ୧୬ ନୂଆ ଏନଏସିର ଘୋଷଣା କରିଛନ୍ତି।
୭ ନୂଆ ମ୍ୟୁନିସପାଲିଟି ମଧ୍ୟରେ କରଞ୍ଜିଆ, ବୌଦ୍ଧ, ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରା ରହିଛି। ସେହିପରି ୧୬ ନୂଆ ଏନଏସିରେ ଲୋଇସିଂହା, ସୋହେଲା, ବଡ଼ମ୍ବା, ନରସିଂହପୁର, ସାଲେପୁର,ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ଚଣ୍ଡିଖୋଲ, ନର୍ଲା, ଜୟପାଟଣା,ଟାଙ୍ଗୀ, ବୋରିଗୁମା, କପ୍ତିପଦା, ଯଶୀପୁର, ରାସଗୋବିନ୍ଦପୁର ରହିଛି।