
ବ୍ରହ୍ମପୁର : ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ କୁମାର ପୃଷ୍ଟି , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶର୍ବଣ ବିବେକ ଏମ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଆଇ ଏ ଏସ ପ୍ରବେସନ୍ ମ୍ରିଣାଲିକା ରାଠୋର ଉପସ୍ଥିତ ରହି ଜନ ସାଧରଣଙ୍କ ଅଭିଯୋଗ ଶୁଣିଥିଲେ l
ଆଜିର ଅଭିଯୋଗ ଗୁଡ଼ିକ ମୁଖ୍ୟତଃ ସ୍ବାସ୍ଥ୍ୟ,ଶିକ୍ଷା, ସାମାଜିକ ସୁରକ୍ଷା ଭତା,ଜମି,ଶ୍ରମିକ କାର୍ଡ,ରାସନ୍ କାର୍ଡ ,ରାସ୍ତା ଇତ୍ୟାଦି l ସମୁଦାୟ ୧୭୫ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୫୦ଟି ଓ ଗ୍ରାମ ଭିତିକ ସମସ୍ୟା ୧୩ଟି ରହିଥିବାବେଳେ ୩ଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା l ରେଡକ୍ରସ ତରଫରୁ ୯ ଜଣଙ୍କୁ ୮୩,୫୦୦ଟଙ୍କା ସହାୟତା ରାଶି ଚେକ୍ ଦ୍ଵାରା ପ୍ରଦାନ କରାଯାଇଥିଲା l ଏହି ଶୁଣାଣି ରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ରହ୍ମପୁର ଉପଖଣ୍ଡ ର ବିଡ଼ିଓ ଓ ତହସିଲଦାର ଉପସ୍ଥିତ ରହିଥିଲେ l ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାର ପଞ୍ଜିକରଣ ଅବଧି ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ଡ଼ ପୃଷ୍ଟି ଙ୍କ ଜରିଆରେ ପ୍ରଦାନ କରିଥିଲେ l