ଏସବିଆଇରେ ଖାତା ଥିଲେ ମିଳିବ ୧ କୋଟି

youtube

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ନିଜ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏସବିଆଇରେ ବେତନ ଖାତା ଥିବା କର୍ମଚାରୀଙ୍କୁ ଏକ କୋଟି ଟଙ୍କାର ଦୁର୍ଘଟଣା ମୃତ୍ୟୁ ବୀମା ମିଳିବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଉପସ୍ଥିତିରେ ସୋମବାର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହ ଏହାକୁ ନେଇ ଏମଓୟୁ ଉପରେ ହସ୍ତାକ୍ଷର ହୋଇଛି।

ଏପର୍ଯ୍ୟନ୍ତ କେନ୍ଦ୍ର ସରକାରୀ କର୍ମଚାରୀ ସମୂହ ବୀମା ଯୋଜନା (ସିଜିଇଜିଆଇଏସ) ଅନୁଯାୟୀ, ଗ୍ରୁପ ଏ, ବି ଓ ସି କର୍ମଚାରୀଙ୍କୁ ଯଥାକ୍ରମେ ୧.୨୦ ଲକ୍ଷ, ୬୦,୦୦୦ ଓ ୩୦,୦୦୦ ଟଙ୍କା କଭର ମିଳୁଥିଲା ।
ବର୍ତ୍ତମାନର ଚୁକ୍ତିନାମା ଅନୁସାରେ କର୍ମଚାରୀଙ୍କୁ ସ୍ୱଭାବିକ ମୃତ୍ୟୁରେ ୧୦ ଲକ୍ଷ ଟଙ୍କା ବୀମା କଭର ମିଳିବ ।

– Advertisement –

ଏଥିପାଇଁ ପ୍ରିମିୟମ ଦେବାକୁ ପଡିବ ନାହିଁ କି କୌଣସି ମେଡିକାଲ ଯାଞ୍ଚର ମଧ୍ୟ ଆବଶ୍ୟକତା ରହିଛି । ମନ୍ତ୍ରଣାଳୟ କହିଛି ଯେ, ଏମଓୟୁ ଅନୁଯାୟୀ, ଅନ୍ୟ କିଛି ବୀମା ମଧ୍ୟ ସାମିଲ ରହିଛି । ଏଥିରେ ବିମାନ ଦୁର୍ଘଟଣା ବୀମା କଭର ୧.୬୦ କୋଟି, ରୁପେ ଡେବିଟ୍‌ କାର୍ଡ ଉପରେ ଅତିରିକ୍ତ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଆଦି ସାମିଲ ରହିଛି ।
ରେଳବାଇ ଅନୁଯାୟୀ, ପ୍ରାୟ ୭ ଲକ୍ଷ କର୍ମଚାରୀ ଯେଉଁମାନଙ୍କର ବେତନ ଖାତା ଏସବିଆଇରେ ରହିଛି, ଏସବୁ ସୁବିଧାର ଲାଭ ପାଇପାରିବେ । ଏହି ଚୁକ୍ତିନାମା କର୍ମଚାରୀଙ୍କ କଲ୍ୟାଣ ଉପରେ କେନ୍ଦ୍ରିତ ରହିଛି । ଏହା ଭାରତୀୟ ରେଳବାଇ ଓ ଏସବିଆଇ ମଧ୍ୟରେ ଏକ ଯତ୍ନବାନ ଏବଂ ସୃଜନଶୀଳ ସହଭାଗୀତାକୁ ପ୍ରତିଫଳିତ କରେ।

Leave A Reply

Your email address will not be published.