ସ୍କୁଲ ସହ ମିଶିବ ଅଙ୍ଗନବାଡି ! ପିଲାଙ୍କ ଶୈଶବର ଯତ୍ନ ବିଦ୍ୟାଳୟରୁ ଆରମ୍ଭ ନିଷ୍ପତ୍ତି

youtube

ନୂଆଦିଲ୍ଲୀ: ପିଲାଙ୍କ ଶୈଶବ ଯତ୍ନ ଓ ଶିକ୍ଷାକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଲକ୍ଷ୍ୟରେ ବିଦ୍ୟାଳୟଗୁଡ଼ିକ ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯୋଡ଼ିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ଆରମ୍ଭ ହୋଇଛି ।  ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ମିଶ୍ରଣ ନୀତିର ନିର୍ଦ୍ଦେଶାବଳୀର ଶୁଭାରମ୍ଭ କରାଯାଇଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପଦକ୍ଷେପ ଜରିଆରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବିଦ୍ୟାଳୟ ସହ ସଂଯୋଗ କରି ପିଲାମାନଙ୍କୁ ପୂର୍ବ ଶୈଶବ ଶିକ୍ଷା ଓ ଯତ୍ନର ଏକ ସୁଗଠିତ ପରିବେଶ ଯୋଗାଇ ଦିଆଯିବ ।

Leave A Reply

Your email address will not be published.