ସିଏଏକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ଭାରତରେ ରହିପାରିବେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟ

add-all

ନୂଆଦିଲ୍ଲୀ: ଧାର୍ମିକ ନିର୍ଯାତନାରୁ ରକ୍ଷା ପାଇଁ ଭାରତ ଆସିଥିବା ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଡିସେମ୍ବର ୩୧, ୨୦୨୪ ସୁଦ୍ଧା ଭାରତ ଆସିଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ନାଗରିକଙ୍କୁ ପାସପୋର୍ଟ କିମ୍ବା ଅନ୍ୟାନ୍ୟ ଯାତ୍ରା କାଗଜପତ୍ର ବିନା ମଧ୍ୟ ଦେଶରେ ରହିବାକୁ ଅନୁମତି ଦିଆଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି । ରହିବା ପାଇଁ ସେମାନଙ୍କୁ ପାସପୋର୍ଟ କିମ୍ବା ଅନ୍ୟାନ୍ୟ ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିବ ନାହିଁ । ବିଜେପିର ସାଂସଦ ଡକ୍ଟର ସୁକାନ୍ତ ମଜୁମଦାର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଆଦେଶରେ କୁହାଯାଇଛି ଯେ, ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ, ଯେଉଁମାନେ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଭାରତ ଆସିଛନ୍ତି, ସେମାନଙ୍କୁ ପାସପୋର୍ଟ କିମ୍ବା ଅନ୍ୟାନ୍ୟ କାଗଜପତ୍ର ବିନା ମଧ୍ୟ ଦେଶରେ ରହିବାକୁ ଅନୁମତି ଦିଆଯିବ । ଏହି ଆଦେଶ ‘ଇମିଗ୍ରେସନ ଆଣ୍ଡ ଫରେନର୍ସ ଆକ୍ଟ, ୨୦୨୫’ ଅଧୀନରେ ଜାରି କରାଯାଇଛି ।

ପୂର୍ବରୁ ସିଏଏ ଅଧୀନରେ ଯେଉଁମାନେ ଡିସେମ୍ବର ୩୧, ୨୦୨୪ ପର୍ଯ୍ୟନ୍ତ ଭାରତକୁ ଆସିଥିଲେ, ସେମାନଙ୍କୁ ରହିବାକୁ ଅନୁମତି ଦେଇଥିଲା ଭାରତ । ଅର୍ଥାତ୍ ଏହା ପରେ ଭାରତ ଆସିଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ଏଠାରେ ରହିପାରିବେ ନାହିଁ ସିଏଏ ଅଧୀନରେ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଇମିଗ୍ରେସନ ଆଣ୍ଡ ଫରେନର୍ସ ଆକ୍ଟ, ୨୦୨୫ ଅନୁଯାୟୀ, ଏଥିରେ ପରିବର୍ତ୍ତନ ଅଣାଯାଇଛି ।

ad-week
Leave A Reply

Your email address will not be published.