ପଞ୍ଜାବରେ ଭୟଙ୍କର ବନ୍ୟା ସ୍ଥିତି, ୭ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

youtube

ପଞ୍ଜାବ: ଉତ୍ତର ଭାରତରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ସ୍ଥିତି ଭୟଙ୍କର ରହିଛି । ପଞ୍ଜାବ, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବନ୍ୟା ସ୍ଥିତି ଦେଖାଦେଇଛି । ପଞ୍ଜାବରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ପଞ୍ଜାବର ସମସ୍ତ ୨୩ ଜିଲ୍ଲାରେ ୧୪୦୦ରୁ ଅଧିକ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ଘେରରେ ରହିଛନ୍ତି । ଆସନ୍ତା ୭ ଯାଏଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଛୁଟି ଘୋଷଣା ହୋଇଛି ।

ରାଜ୍ୟ ସରକାର ସମସ୍ତ ୨୩ ଜିଲ୍ଲାକୁ ବନ୍ୟା ପ୍ରଭାବିତ ଘୋଷଣା କରିଛନ୍ତି । ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ଘଟିଛି । ପଞ୍ଜାବ ମନ୍ତ୍ରୀ ହରଜୋତ ସିଂହ ବେସ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନଙ୍କ ନିର୍ଦ୍ଦେଶନୁସାରେ, ବନ୍ୟା ସ୍ଥିତି ଦେଖି ପଞ୍ଜାବର ସମସ୍ତ ସରକାରୀ, ସହାୟତା ପ୍ରାପ୍ତ ଏବଂ ମାନ୍ୟତାପ୍ରାପ୍ତ ଏବଂ ଘରୋଇ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ୭ ଯାଏଁ ବନ୍ଦ ରହିବ ।

କଂଗ୍ରେସ ନେତା ରାହୁଲ ଗାନ୍ଧି ପଞ୍ଜାବର ଲୋକଙ୍କ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ରିଲିଫ୍ ପ୍ୟାକେଜ୍ ଦାବି କରିଛନ୍ତି । ଏକ ଭିଡିଓ କରି ବନ୍ୟା ପ୍ରଭାବିତଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।

ପଞ୍ଜାବରେ ଲଗାତାର ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ଜିଲ୍ଲା ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ବନ୍ୟା ଯୋଗୁଁ ଅନେକ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ପଞ୍ଜାବ ସରକାର ବନ୍ୟା ପ୍ରଭାବିତ ଲୋକଙ୍କୁ ଯଥାସମ୍ଭବ ସହାୟତା ଦେବାକୁ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.