ଶିକ୍ଷକଙ୍କ ବିୟୋଗରେ ଶୋକସଭା

add-all

ସୁନ୍ଦରଗଡ : ପି.ଏମ. ଶ୍ରୀ ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ, ସୁନ୍ଦରଗଡରେ ଆଜି ଦିବଂଗତ ଶିକ୍ଷକ ପ୍ରଶାନ୍ତ ବେହେରାଙ୍କ ସ୍ମୃତିରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ଗତ କାଲି ବିଦ୍ୟାଳୟର କଳା ଶିକ୍ଷକ ପ୍ରଶାନ୍ତ ବେହେରାଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଆଜି ବିଦ୍ୟାଳୟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀ ସମ୍ମିଳିତ ହୋଇ ସ୍ବର୍ଗତ ବେହେରାଙ୍କ ସ୍ମୃତିଚାରଣ କରିଥିଲେ।ତାଙ୍କ ମୃତ୍ୟୁରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମହଲରେ ଶୋକର ଛାୟା ଖେଳି ଯାଇଛି। ସେ ୨୦୨୧ ମସିହା ଡିସେମ୍ବର ମାସରେ ଏହି ବିଦ୍ୟାଳୟରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରି ଜଣେ ଦକ୍ଷ ଭୂଗୋଳ ଶିକ୍ଷକ ଭାବରେ ସୁନାମ ଅର୍ଜନ କରିଥିଲେ। ଜଣେ କର୍ତ୍ତବ୍ୟନିଷ୍ଠ ଓ ଅନୁଶାସନ ପ୍ରିୟ ଶିକ୍ଷକ ଭାବରେ ସେ ପରିଚିତ ଥିଲେ।ତାଙ୍କର ଆକସ୍ମିକ ମୃତ୍ୟୁରେ ବିଦ୍ୟାଳୟର ଅପୂରଣୀୟ କ୍ଷତି ଘଟିଲା ବୋଲି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକାଶ କରିଛନ୍ତି।
ଶୋକସଭାରେ ଉପସ୍ଥିତ ସମସ୍ତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ ସ୍ବର୍ଗତ ବେହେରାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା ସହିତ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବୀର ବିକ୍ରମ ସିଂହ ଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ସମସ୍ତ ସହକର୍ମୀ, କର୍ମକର୍ତ୍ତାଙ୍କ ସହଯୋଗରେ ଏହି ଶୋକସଭା ଆୟୋଜିତ ହୋଇଥିଲା।

ad-week
Leave A Reply

Your email address will not be published.