ଶାରଦୀୟ ପୂଜା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଏସଓପି ଜାରି କଲା କଟକ ଜିଲ୍ଲା ପ୍ରଶାସନ

youtube

କଟକ : ଶାରଦୀୟ ପୂଜା ମଣ୍ଡପ ଓ ଗେଟ ଅନୁମତି ପାଇଁ କଟକ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା ।  ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର ଏସଓପି ଜାରି କରିଛି କଟକ ଜିଲ୍ଲା ପ୍ରଶାସନ ।  ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ମଣ୍ଡପ ଓ ଗେଟ ପାଇଁ ଆବେଦନ କରିବେ ସମସ୍ତ ପୂଜା ମଣ୍ଡପ ।  ବାରବାଟୀ ପ୍ୟାଲେସରେ ଖୋଲା ଯାଇଛି ସିଙ୍ଗଲ ଉଇଣ୍ଡୋ ସେଲ  ।  କଟକ ଉପଜିଲ୍ଲାପାଳ ଏହାର ଇନଚାର୍ଜ ଅଛନ୍ତି  ।  ପୂଜା ମଣ୍ଡପ ଓ ଗେଟ ପାଇଁ ପ୍ରଥମେ ଦିଆଯିବ ପ୍ରୋଭିଜିନାଲ ଅନୁମତି ।  ୨୨ ତାରିଖ ଭିତରେ ଗେଟ ଓ ମଣ୍ଡପ ତଦାରଖ କରିବେ ଜିଲ୍ଲା ପ୍ରଶାସନ କମିଟି ।  ଏହାପରେ ଚୂଡାନ୍ତ ଏନଓସି ପ୍ରଦାନ କରିବ ପ୍ରଶାସନ ।  ଗେଟ ଭାଙ୍ଗିବା ପାଇଁ ମଧ୍ୟ ନିର୍ଦିଷ୍ଟ ସମୟ ସୀମା ଦିଆଯିବ ।  କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଧେଙ୍କ ସୂଚନା ।

Leave A Reply

Your email address will not be published.