ବ୍ରହ୍ମପୁର ରେ ଇଦ୍-ମିଲାଦୁନ ନବୀ ପାଳିତ…

youtube


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସିଲକ୍କ ସିଟି ବ୍ରହ୍ମପୁର ଠାରେ ମହାପୁରୁଷ ମହମ୍ମଦଙ୍କ ୧୫୦୦ ତମ ଇଦ୍- ମିଲାଦୁନ ନବୀ ଜାମିଆ ମସଜିଦ ଠାରୁ ପ୍ରଜ୍ଞାପନ ମେଢ଼ ମକ୍କା ମଦିନା, ଇସ୍ଲାମିକ ଓ ଜାତୀୟ ପତାକା ଉତ୍ତୋଳନ କରି ସଦଭାବନା ପୂର୍ଣ୍ଣ ରେଲି ବାହାରି ଦଳୁଆ ସାହି, ପୁରୁଣା ବସଷ୍ଟାଣ୍ଡ,ଚର୍ଚ୍ଚ ରୋଡ଼, ପିଭିଏନ ପେଟ୍ରୋଲ ପମ୍ପ,ଟେଫୋନ ଭବନ ରୋଡ଼, ଆର୍ବେନ ବ୍ୟାଙ୍କ, ଗିରିଜା ଛକ ଆଦି ସ୍ଥାନ ଦେଇ ଖାଜା ସାହି ସ୍ଥିତ ସଭା ସ୍ଥଳରେ ପହଞ୍ଚିଥିଲେ। ଜାମିଆ ମସଜିଦର ଆମାମ୍ ମେହେରାଜ ଆଲାମଙ୍କ ଦ୍ୱାରାମହାପୁରୁଷ ମହମ୍ମଦଙ୍କ ଉପରେ ପ୍ରବଚନ ଆଶୀର୍ବାଦ ପ୍ରେରଣ କରାଯାଇଥିଲା। ମଧ୍ୟାହ୍ନ ରେ ପ୍ରୀତି ଭୋଜନ ର ବ୍ୟବସ୍ଥା ସମସ୍ତଙ୍କ ପାଇଁ କରାଯାଇଥିଲା। ରାତ୍ର ସମୟ ରେ ଭଦ୍ରକରୁ ଆସିଥିବା ତଵ ଲିଗେ ସୀରତର ପ୍ରବୋଚକ ମାନେ ଓ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଇମାମ ମାନେ ଏହି ଆୟୋଜନ ରେ ସାମିଲ ହୋଇଥିଲେ।ରାତ୍ର ସମୟ ରେ ବି ଲାଙ୍ଗର ବା ପ୍ରିତି ଭୋଜନର ବନ୍ଦୋବସ୍ତ କରାଯାଇଥିଲା। ଏହି ସଂଯୋଜନା ରେ ଇଦ୍-ମିଲା ଦୁନ ନବୀର ସଭାପତି ଆମିଲ ବେଗ, ଉପ ସଭାପତି ମହମ୍ମଦ ଇରଫାନ ଅଲ୍ଲୀ ଖାନ,ସମ୍ପାଦକ ଶାକୀର ବେଗ,ସହ ସମ୍ପାଦକ ସୁହେଲା ବେଗ, ଜାମିଆ ମସଜିଦ ସଭାପତି ଫାଇ ଜୁଲ୍ଲା ଖାନ,ଉପ ସଭାପତି ଇଲିୟାସ ଆହେମାଦ ଖାନ,ସାଧାରଣ ସମ୍ପାଦକ ଇବ୍ରାହିମ ଖାନ,ସମସ୍ତ କମିଟି ସଭ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

Leave A Reply

Your email address will not be published.