
ଭୁବନେଶ୍ୱର : ଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ସକାଳେ ପାଗ ଖରାପ ଯୋଗୁ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଫେରୁଥିବା ବିମାନଟି ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିପାରିନଥିଲା । ଏହି ବିମାନଟି କୋଲକାତାରେ ଲ୍ୟାଣ୍ଡିଂ କରିଥିଲା । ପାଗ ବଦଳିବା ପରେ ମୁଖ୍ୟମନ୍ତ୍ରୀ କୋଲକାତାରୁ ବିମାନ ଯୋଗେ ଭୁବନେଶ୍ବର ଫେରିଛନ୍ତି ।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଦିଲ୍ଲୀରେ ଜିଏସଟି କାଉନସିଲ ବୈଠକରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ଏହାଦ୍ବାରା କୃଷକ ଓ ମଧ୍ୟବିତ୍ତବର୍ଗ ଉପକୃତ ହେବେ । ୪ଟି ଜିଏସଟି ସ୍ଲାବ ବଦଳରେ ୨ଟି ସ୍ଲାବ ସ୍ବାଗତଯୋଗ୍ୟ ପଦକ୍ଷେପ । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।.