
ଭୁବନେଶ୍ୱର : ଆଗକୁ ରାଜ୍ୟରେ ଅଧିକ ଗଡ଼ିବ ଇ-ବସ୍ । ପରିବେଶ ସୁରକ୍ଷା ପାଇଁ ଆଗକୁ ଅଧିକ ଇ-ବସ୍ ପ୍ରଚଳନ କରିବାକୁ ସରକାର ଯୋଜନା କରୁଛନ୍ତି । ମନ୍ତ୍ରୀ କହିଛନ୍ତି, ଆଗକୁ ରାଜ୍ୟ ସରକାର ୨ ଶହ ଇ-ବସ୍ ଆଣିବେ । ଏହାସହ ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ୪ ଶହ ଇ-ବସ୍ ପ୍ରଦାନ କରିବେ । ମୋଟ୍ ୬ ଶହ ଇ-ବସ୍ ଜନତାଙ୍କ ସେବାରେ ଲାଗିବ । ଏବେ ୨୫ଟି ଇ-ବସ୍ ଆସୁଛି । ଯାହା ସମ୍ବଲପୁରକୁ ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାକୁ ମଧ୍ୟ ଇ-ବସ୍ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।