ଗଞ୍ଜାମ ଜିଲ୍ଲା ରେ ଅବକାରୀ ବିଭାଗର ଦାୟିତ୍ୱ ତୁଲାଉଛି ପୋଲିସ….!

add-all

ଜିଲ୍ଲାରେ ଚୋରା ମଦ ଓ ଅପମିଶ୍ରଣ ମଦ କରବାର ବୃଦ୍ଧି…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅପମିଶ୍ରଣ ଦେଶୀ ବିଦେଶୀ ମଦର ଅବାଧ କାରବାର ଚାଲିଛି। ଗତ କିଛି ମାସ ହେଲା ଗଞ୍ଜାମ ଜିଲ୍ଲାରେ ଚୋରା ମଦ କରବାର ଉପରେ ଲଗାମ ସାଙ୍ଗକୁ ଧରପଗଡ଼ କେବଳ ପୋଲିସ କରୁଥିବା ଦେଖିବାକୁ ମିଳୁଛି। ଜିଲ୍ଲାର ଅବକାରୀ ବିଭାଗ ଏବେ କୋମାରେ ଥିବା ଅନୁଭବ କରାଯାଉଛି। ଅସଲି ନକଲି ପରଖିବା ସାଙ୍ଗକୁ ଅପମିଶ୍ରଣ ମଦ ତନଖି କରିବାର କ୍ଷମତା କେବଳ ଅବକାରୀ ବିଭାଗ ପାଖରେ ଥିଲେ ବି ବାବୁ ମାନେ ସବୁ ଫିକସିଙ୍ଗ ରେ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହୋଇ ଆସୁଛି। ଅଧିକାଂଶ ଦେଶୀ ମଦ ଭାଟିରେ ମହୁଲ କେବଳ ସାଇନ ବୋର୍ଡ ରେ ସୀମିତ ରହିଛି। ଇଷ୍ଟ, ରାଜା ପିଢ଼ିଆ ଓ ଅନ୍ୟାନ୍ୟ କେମିକାଲ ରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇ ଆସୁଛି। ତାହା ସାଙ୍ଗକୁ ବିଦେଶୀ ମଦ

ହୋମିଓ ପ୍ୟାଥିକ ଔଷଧ ରେ ବ୍ୟବହୃତ ସ୍ପିରିଟ ରେ ଓ ରଙ୍ଗ ମିଶାଇ ପ୍ରସ୍ତୁତ ହେଉଥିବା ଅଭିଯୋଗ ବି ହୋଇ ଆସୁଛି। ଏହାର ନଗ୍ନ ନମୁନା ଗତ କିଛି ମାସ ତଳେ ବ୍ରହ୍ମପୁର ଅଞ୍ଚଳରୁ ହୋମଓ ପ୍ୟାଥିକ ସ୍ପିରିଟ ଚାଲାଣ ବେଳେ ବେଗୁନିଆପଡା ପୋଲିସ ହାତରେ ଧରା ପଡିଥିବାର ନଜିର ରହିଛି। ଦେଶୀ ମଦରେ ସ୍ୱଳ୍ପ ସମୟରେ ପୋଚ ପ୍ରସ୍ତୁତ ପାଇଁ ରାଜା ପିଢ଼ିଆ ମିଶ୍ରଣ ହୋଇ ଅପମିଶ୍ରଣ ମଦ ପ୍ରସ୍ତୁତ ହେଉଥିଲେ ବି ଆଜି ସୁଦ୍ଧା ଏହି ଅପମିଶ୍ରଣ ପୋଚ ର କେମିକାଲ ଟେଷ୍ଟ ହୋଇ ପାରୁନାହିଁ। ଆଗକୁ ପୂଜା ଋତୁ ଥିବା ଯୋଗୁଁ ମଦ ମାଫିଆ ମାନେ ଏବେଠାରୁ ଚୋରା ଦେଶୀ ବିଦେଶୀ ମଦ ସେମାନଙ୍କ ଗୁପ୍ତ ଗୋଦାମ ରେ ଗଚ୍ଛିତ କରୁଥିବା ଆଲୋଚନା ହେଉଛି। ଅବକାରୀ ବିଭାଗ ବଟି ଆଦାୟ ରେ ବ୍ୟସ୍ତ ଥିବା ବେଳେ ପୋଲିସ ଅନ୍ଧାର ରେ ମଶା ମାରିବା ସାର ହୋଇଛି। ପୁଣି ଥରେ ଗଞ୍ଜାମ ଜିଲ୍ଲା ଆଉ ଏକ ବିଷାକ୍ତ ମଦ ମୃତ୍ୟୁ ପାଇଁ ମୂଳ ଦୁଆ ପକାଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଯଦି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦିୟନ୍ତୀ ତେବେ ଏହାର କରୁଣ ଦୃଶ୍ୟ ଦେଖିବାକୁ ଡେରି ନାହିଁ l

ad-week
Leave A Reply

Your email address will not be published.