ଜଳିଗଲା ଗଞ୍ଜେଇ ବୋଝେଇ ଗାଡି

add-all

ସୁବର୍ଣ୍ଣପୁର : ବିନିକା ସହର ନୂଆବଜାର ନିକଟରେ ଅଭାବନୀୟ ଘଟଣା ଘଟିଛି। ରାସ୍ତା ମଝିରେ ହୁତହୁତ୍ ହୋଇ ଜଳିଗଲା ଗଞ୍ଜେଇ ଚାଲାଣ ହେଉଥିବା କାର୍। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କିଛି ସ୍ଥାନୀୟ ଲୋକେ ଏକ ନମ୍ବର ବିହୀନ କାରରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ଏ ନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେପଟେ ରାସ୍ତା ମଝିରେ ଗାଡି ଛାଡି ଡ୍ରାଇଭର ଫେରାର୍ ହୋଇଯାଇଥିବାବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.