ଦିଲ୍ଲୀ ଗସ୍ତ କରିବେ ଦୁଇ ମୁଖିଆ

add-all

ଭୁବନେଶ୍ଵର : ଦିଲ୍ଲୀ ଗସ୍ତରେ ଦୁଇ ମୁଖିଆ। ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଶନିବାର ବିଳମ୍ବିତ ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ଆଜି ସକାଳେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ସକାଳେ ଦିଲ୍ଲୀ ଗସ୍ତ କରିଛନ୍ତି। ତେବେ ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହି ଦୁଇ ଦଳ ମୁଖିଆଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିନକ ପୂର୍ବରୁ ମନମୋହନ ଦିଲ୍ଲୀ ଗସ୍ତରୁ ଫେରିଥିଲେ । ପୂର୍ବ ଗସ୍ତରେ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରିଥିଲେ । ପୁଣି ଥରେ ଦିଲ୍ଲୀ ଯିବା ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ବଢିଛି ।

ad-week
Leave A Reply

Your email address will not be published.