ଘରୋଇ କଳହର କରୁଣ ପରିଣତି, ମାଆକୁ ହତ୍ୟା କଲା ପୁଅ

youtube

ସୁନ୍ଦରଗଡ଼ : ମାଆକୁ ହତ୍ୟା କଲା ପୁଅ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବନ୍ଧପାଲି ଗାଁରେ ମାଆକୁ ହତ୍ୟା କଲା ପୁଅ । ଘରୋଇ କଳହକୁ ନେଇ ହତ୍ୟାକାଣ୍ଡ । ଅଭିଯୁକ୍ତ ପୁଅ ବଳିନ୍ଦ୍ର ଧୁରୁଆଫେରାର । ଗତକାଲି ରାତିରେ ଘଟିଛି ଘଟଣା ।

କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମାଆକୁ ଆକ୍ରମଣ କରିଥିଲା ବଳିନ୍ଦ୍ର ଧୁରୁଆ । ଗୁରୁତର ଅବସ୍ଥାରେ ମାଆକୁ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରଠାରୁ ଫେରାର ଅଛି ପୁଅ । ଘଟଣାସ୍ଥଳରେ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି ପୋଲିସ । ପୋଲିସର ତଦନ୍ତ ଜାରି ।

Leave A Reply

Your email address will not be published.