ନାଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

youtube

ଅନୁଗୋଳ : ଉଲଗ୍ନ ଅବସ୍ଥାରେ ଭାଲୁଖାଇ ନାଳରେ ଭାସୁଛି ନାବାଳିକାର ମୃତ ଦେହ ।  ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କଲେ ମୃତକଙ୍କ ଭାଇ । ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା । ଅନୁଗୋଳ ସଦର ଥାନା ,ଶ୍ୟାମସୁନ୍ଦରପୁର ଗ୍ରାମରେ ଘଟିଛି ଏହି ଅଘଟଣ । ନ୍ୟାୟ ଦାବିରେ ଟାୟାର ଜାଳି ଅନୁଗୋଳ ବନ୍ତଳା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକେ । ଘଟଣା ସ୍ଥଳରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଚଳାଇଛି । ଘଟଣା ସ୍ଥଳରେ ଅନୁଗୋଳ ଏସ ପି ରାହୁଲ ଜୈନ ମଧ୍ୟ ପହଞ୍ଚିଛନ୍ତି ।

Leave A Reply

Your email address will not be published.