
ଭୁବନେଶ୍ୱର : ଲୁଟ ଟଙ୍କା ଭାଗ ବଣ୍ଟା ବିବାଦରୁ ପୋଲିସ ଜାଲରେ ପଡିଲେ ବଡ ଧରଣର ସାଇବର ଲୁଟେରା ଗ୍ୟାଙ୍ଗ । କମିଶନରେଟ ପୋଲିସ ହାତରେ କ୍ଲାସିକ ସାଇବର ଠକ ଗ୍ୟାଙ୍ଗ । ସାଇବର ଠକକୁ ବିହାରରୁ ଡାକି ଅପହରଣ କରିବା ସହ ୨୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ । ଏଥି ମଧ୍ୟରୁ ୪ ଜଣ ଓଡ଼ିଶା ରୁ ଓ ଜଣେ ବିହାରର ଗିରଫ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସାଇବର ଠକ ମାନଙ୍କ ପକ୍ଷରୁ ୩ ଟି ବ୍ୟାଙ୍କ ଆକାଉଣ୍ଟ ସିଜ କରିଛି ପୋଲିସ ।
ଗୋଟେ ଆକାଉଣ୍ଟ ରେ ୧.୫ କୋଟି, ଆଉ ଗୋଟେ ରେ ୩ କୋଟି ଏବଂ ଅନ୍ୟ ଏକ ଆକାଉଣ୍ଟ ରେ ୫ କୋଟି ଟଙ୍କା ଲେଣ ଦେଣ ବେଳେ ସମସ୍ତ ଆକାଉଣ୍ଟ କୁ ସିଜ କରିଛି ପୋଲିସ । ଏହି ଗ୍ୟାଙ୍ଗ ଓଡିଶାରୁ ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟର ପ୍ରତି ଟ୍ରାଞାକ୍ସନ ପିଛା ୧.୪ ପ୍ରତିଶତ କମିଶନ ରେ ଆକାଉଣ୍ଟ ବିକ୍ରି କରାଯାଉଥିଲା । ସୂଚନା ଅନୁଯାୟୀ କିଛି ମାସ ପୂର୍ବରୁ ପ୍ରୟଗରଜ୍ ରେ ଏହି ସମସ୍ତେ ଦେଖା ହୋଇ ନିଜର କାର୍ଯ୍ୟକ୍ରମ କୁ ଫାଇନାଲ କରିଥିଲେ । ଅଧିକ ପ୍ରଫିଟ୍ ଆଶାରେ ଗତକାଲି ବିହାର ର ସାଇବର ଲୁଟରାଙ୍କୁ ଅପହରଣ କରିଥିଲେ ଓଡ଼ିଶାର ଅନ୍ୟ ୪ ଅଭିଯୁକ୍ତ ।
ଘଟଣାର ତଦନ୍ତ କରି ସମସ୍ତ ୫ କୁ ଗିରଫ କରିଛି କମିଶନରେଟ ପୋଲିସ । ଏବଂ ସମସ୍ତଙ୍କ ନାମରେ ଗୋଟେ କେସ ରୁଜୁ କରାଯିବ ବୋଲି କହିଛନ୍ତି ଡିସିପି ଜଗମୋହନ ମୀନା । ସେହିଭଳି ସର୍ବଭାରତୀୟ ସ୍ତରରେ ଲି ମାର୍କ କରାଯାଇଛି । ସଂପୃକ୍ତ ଆକାଉଣ୍ଟ ସବୁକୁ ଫ୍ରିଜ କରାଯାଇଛି । ସମସ୍ତଙ୍କୁ ରିମାଣ୍ଡ ରେ ନିଆଯିବା ପାଇଁ ସବୁ ବ୍ୟବସ୍ଥା କରାଯାଉଛି ।