ରେଳଯାତ୍ରୀଙ୍କ ପାଇଁ ଖୁସି ଖବର; ବିଶାଖାପାଟଣା – ଶାଲିମାର ମଧ୍ୟରେ ଗଡିବ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ

youtube

ଭୁବନେଶ୍ବର: ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ବିଶାଖାପାଟଣା – ଶାଲିମାର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଇବ ।

ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପରିଚାଳନା ହେବ:

ଟ୍ରେନ୍ ନମ୍ବର ୦୮୫୦୮/୦୮୫୦୭ ବିଶାଖାପାଟଣା- ଶାଲିମାର-ବିଶାଖାପାଟଣା ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ବିଶାଖାପାଟଣାରୁ: ୨୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ୧୧:୨୦ ଘଣ୍ଟାରେ ଛାଡିବ ଓ ଶାଲିମାରରୁ: ୨୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପ୍ରତି ବୁଧବାର ୦୫:୦୦ ଘଣ୍ଟାରେ ଛାଡିବ

ରହଣି (ଉଭୟ ପଟୁ) ସିମାଚଳମ, ବିଜୟନଗରମ୍, ଚିପୁରୁପାଲି, ଶ୍ରୀକାକୁଲମ୍ ରୋଡ୍, ପଲାସା, ବ୍ରହ୍ମପୁର, ବାଲୁଗାଁ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର-କେଉଁଝର ରୋଡ୍, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁର ଏବଂ ସାନ୍ତରାଗାଛି।

କୋଚ୍ ସଂରଚନାକୁ ଦେଖିଲେ ୨ ଟି ଦ୍ୱିତୀୟ ଶ୍ରେଣୀ ଏସି କୋଚ୍, ୪ ଟି ତୃତୀୟ ଶ୍ରେଣୀ ଏସି କୋଚ୍,୭ ଟି ସ୍ଲିପର ଶ୍ରେଣୀ କୋଚ୍,୪ ଟି ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ଓ ୧ ଟି ଲଗେଜ୍-କମ୍-ଦ୍ୱିତୀୟ ଶ୍ରେଣୀ କୋଚ୍ (ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ସହିତ) ରହିଛି ।

ସ୍ୱତନ୍ତ୍ର ଟ୍ରେନ୍ କାହିଁକି ଚାଲିବ?

ବ୍ୟସ୍ତବହୁଳ ପାର୍ବଣ ସମୟରେ ଆପଣଙ୍କୁ ସହଜରେ ଘରକୁ କିମ୍ବା ଆପଣଙ୍କ ଛୁଟିଦିନ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବାରେ ସାହାଯ୍ୟ କରିବା ପାଇଁ ଓ ଅଧିକ ସିଟ୍ ଅର୍ଥ ନିଶ୍ଚିତ ଟିକେଟ୍ ପାଇବାର ଅଧିକ ସମ୍ଭାବନାକୁ ନଜରରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।

Leave A Reply

Your email address will not be published.