ଆମେରିକାରେ ଭାରତୀୟ ପ୍ରବାସୀଙ୍କୁ ହତ୍ୟା

youtube

ଆମେରିକାରେ ଭାରତୀୟ ପ୍ରବାସୀଙ୍କୁ ଗୁଳିକରି ହତ୍ୟା । ସର୍ବସାଧାରଣରେ ପରିସ୍ରାକୁ ବିରୋଧ କରିବାରୁ ଯୁବକଙ୍କୁ ହୋଇଛିଗୁଳିମାଡ଼ । ଆମେରିକାର କାଲିଫର୍ଣ୍ଣିଆରେ ଘଟିଛି ଅଘଟଣ । ମୃତକ ହରିଆନା ଜିନ୍ଦ ଜିଲ୍ଲା କାଲାନ ଗାଁର କପିଲ ବୋଲି ଜଣାପଡ଼ିଛି । ୨୬ ବର୍ଷୀୟ କପିଲ ତାଙ୍କ ପରିବାରରେ ଏକ ମାତ୍ର ରୋଜଗାରିଆ ପୁଅ ଥିଲେ । ଗତ ଅଢ଼େଇ ବର୍ଷ ତଳେ ସେ କାଲିଫର୍ଣ୍ଣିଆ ଆସିଥିଲେ ।

ସେଠାରେ ଏକ ଘରୋଇ କମ୍ପାନୀରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଥିଲେ ବୋଲି ତାଙ୍କ ବାପା ଇଶ୍ବର ସୂଚନା ଦେଇଛନ୍ତି । ତେବେ କାଲିଫର୍ଣ୍ଣିଆରେ ଯେଉଁ କମ୍ପାନୀରେ କପିଲ କାର୍ଯ୍ୟରତ ଥିଲେ, ସେଠାରେ ସ୍ଥାନୀୟ ଜଣେ ଯୁବକ କମ୍ପାନୀ ପରିସରରେ ପରିସ୍ରା କରୁଥିଲେ। ଏହାକୁ କପିଲ ବିରୋଧ କରିବାରୁ ଉତ୍ତ୍ୟକ୍ତ ହୋଇ ଦୁର୍ବୃତ୍ତ ଜଣକ କପିଲଙ୍କୁ ଗୁଳି କରି ହତ୍ୟା କରିଥିଲେ । କାଲିଫର୍ଣ୍ଣିଆରେ ଥିବା କପିଲଙ୍କ ସମ୍ପର୍କୀୟଙ୍କୁ ପୋଲିସ ତାଙ୍କ ମୃତଦେହ ହସ୍ତାନ୍ତର କରିଛି । ତେବେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତ କପିଲଙ୍କ ବାପା ଇଶ୍ବର ।

Leave A Reply

Your email address will not be published.