ଆମ ବସ ଦୁର୍ଘଟଣାଗ୍ରସ୍ତ, ଜେଜେମା; ନାତୁଣୀ ଆହତ

youtube

କଟକ: ପୁଣି ଆମ ବସ ଦୁର୍ଘଟଣାଗ୍ରସ୍ତ । ଜେଜେମା, ନାତୁଣୀ ଆହତ ହୋଇଛନ୍ତି । କଟକ ଗଣେଶଘାଟ ନିକଟରେ ଆମ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଆହତ ଜେଜେମା ଓ ନାତୁଣୀଙ୍କୁ ସିଟି ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ରହିଛି ।

ସେହିପରି ଆଜି ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଚଟିଲୋ ଗଡ଼ା ଛକ ନିକଟରେ ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ଆମ ବସ୍ । ଦୁର୍ଘଟଣାରେ ୧୪ଜଣ ଆହତ ହୋଇଛନ୍ତି ।  ୧୨ ଜଣଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ବହୁ କଲେଜ ଛାତ୍ରଛାତ୍ରୀ ଆମ ବସ୍ ରେ କଟକରୁ ଟାଙ୍ଗୀ ଯାଉଥିଲେ । ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏକ ତେଲ ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଇଥିଲା ଆମ ବସ୍ ।  ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ହୋଇଥିଲା । ବସ୍ ର ପଛ ସିଟ୍ ରେ ବସିଥିବା ବହୁ ଛାତ୍ରଛାତ୍ରୀ ଛିଟିକି ପଡ଼ିଥିଲେ । ଆଗରେ ଠିଆ ହୋଇଥିବା ଛାତ୍ରଛାତ୍ରୀ ଗାଡ଼ି ପାଇପରେ ପିଟି ହୋଇ ଗୁରୁତର ହୋଇଛନ୍ତି । ଟାଙ୍ଗୀ ପୋଲିସ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ପରେ ଜାତୀୟ ରାଜପଥ କିଛି ସମୟ ପାଇଁ ଜାମ ହୋଇଯାଇଥିଲା । ରାସ୍ତା ସ୍ବାଭାବିକ କରିବାକୁ ନାକେଦମ ହୋଇଥିଲା ପୋଲିସ ।

Leave A Reply

Your email address will not be published.