ଭଦ୍ରକ ଅଟୋନମସ କଲେଜରେ ଉତ୍ତେଜନା ଛାତ୍ରଙ୍କ ଧାରଣା

youtube

ଭଦ୍ରକ: ବ୍ୟାନର ଟାଙ୍ଗିବାକୁ ନେଇ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଥମୁନି ଉତ୍ତେଜନା ।  ମୁଖ୍ୟ ଗେଟ ଆଗରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ପରେ ଗତକାଲିଠାରୁ ଏଯାଏ ଉତ୍ତେଜନା ଲାଗି ରହିଛି । ଆଜି ମଧ୍ୟ ଗୋଟିଏ ଗୋଷ୍ଠୀର ଛାତ୍ର କଲେଜ ଗେଟ ସମ୍ମୁଖରେ ତୀବ୍ର ଉତ୍ତେଜନା ସୃଷ୍ଟି କରିବା ସହିତ ଟାୟାର ଜାଳି ଗେଟରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଛନ୍ତି ।

ଏପରିକି ଆଜି କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ଗେଟ ଭିତରକୁ ଛାଡି ନଥିଲେ ।  ପୋଲିସ ହସ୍ତକ୍ଷେପ କରି ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।  ଏଥିରେ ଛାତ୍ରମାନେ ସହମତି ପ୍ରକାଶ କରିଥିଲେ ବି ଗେଟ ସମ୍ମଖରୁ ଧାରଣାରୁ ଉଠି ନାହାନ୍ତି ।  ଆନ୍ଦୋଳନକାରୀ ଛାତ୍ର ପ୍ରତିନିଧି ଓ ଅଧ୍ୟକ୍ଷଙ୍କ ଭିତରେ ଆଲୋଚନା ଚାଲିଛି । ବର୍ତ୍ତମାନ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

Leave A Reply

Your email address will not be published.