ଲେଡି ନିଶା ମାଫିଆଙ୍କ ଘରେ ଚାଲିଲା ବୁଲଡୋଜର

youtube

ଭୁବନେଶ୍ୱର : ସାବାଡ୍ ହେବେ ନିଶା ମାଫିଆ ।  ଲେଡି ନିଶା ମାଫିଆଙ୍କ ଘରେ ବୁଲିଲା ବୁଲଡୋଜର ।  ରାଜଧାନୀରେ ଲେଡି ନିଶା ମାଫିଆଙ୍କ ଘରେ ଚାଲିଲା ବୁଲଡୋଜର ।  ଚାରି ଚାରି ଥର ଗିରଫ ପରେ ମଧ୍ୟ ଚେତୁନଥିବାରୁ ଭାଙ୍ଗିଲା ଘର ।  ନୟାପଲ୍ଲୀ ଥାନା ଆଇଡି ମାର୍କେଟରେ ଭାଙ୍ଗିଲା ନିଶା ମାଫିଆଙ୍କ ଘର ।  ପୂର୍ବରୁ ଘରେ ଲଟକା ଲାଗିଥିଲା ।  ଅଭିଯୁକ୍ତ ମହିଳାଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।  ସେ ଏବେ ଜେଲରେ ଅଛନ୍ତି। ଜେଲରେ ଥାଇ ମଧ୍ୟ ସେ ନିଶା ବେପାର ଚଳାଉଥିଲେ ।  ଆଉ ଶେଷରେ ବିଏମସି ଓ ବିଡିଏ ସହଯୋଗରେ ଭଙ୍ଗାଯାଇଛି ଅଭିଯୁକ୍ତ ମହିଳାଙ୍କ ଘର। ଅପରେସନ ‘ପ୍ରହାର’ ଅଧୀନରେ ନିଶା କାରବାର କରୁଥିବା ମାଫିଆଙ୍କୁ ଦମନ କରୁଛନ୍ତି ସରକାର ।

Leave A Reply

Your email address will not be published.