ଆଧାର ସଂଶୋଧନ ଜରୁରୀ ହେଉଥିବା ବେଳେ ଆଧାର କେନ୍ଦ୍ର ବନ୍ଦକୁ ନେଇ ଅସନ୍ତୋଷ ବୃଦ୍ଧି….

youtube

ମାଲକାନଗିରି ଆଧାର ସଂଶୋଧନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଧାର ସଂଯୋଗୀକରଣ ପାଇଁ କେନ୍ଦ୍ରରେ ସକାଳୁ ସଞ୍ଜ ଯାଏ ଅପେକ୍ଷା କରୁଛନ୍ତି ଲୋକେ , କିନ୍ତୁ କେନ୍ଦ୍ରରେ ତାଲା ଝୁଲିବା ସହ କର୍ମଚାରୀ ନିୟମିତ ଆସୁନଥିବା ଅଭିଯୋଗ ହୋଇଛି । ସରକାରୀ ସୁବିଧା ପାଇବାକୁ ହେଲେ ଆଧାର କାର୍ଡ ବାଧ୍ୟତା ମୁଳକ । ସୁଭଦ୍ରା ଯୋଜୋନା , ବିଭିନ୍ନ ଭତ୍ତା, ବ୍ୟାଙ୍କ୍ ସୁବିଧା ସହ ରାସନ୍ କାର୍ଡ ପଞ୍ଜିକରଣ ପାଇଁ ଆଧାର ନିହାତି ଆବର୍ଶକ। ଏହାସହ ପିଲାଙ୍କ ପାଠ ପଢା ଓ ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀଙ୍କ ବୃତ୍ତି ପାଇ ମଧ୍ୟ ଆଧାର ଜରୁରୀ । ତେଣୁ ଆଧାର କାର୍ଡ ଓ ସଂଯୋଗୀକରଣ ପାଇଁ କାଲିମେଳା ଆଧାର କେନ୍ଦ୍ରରେ ଲାଗୁଛି ଭିଡ଼ । ଲୋକଙ୍କ ସହ ଛୋଟ ଛୋଟ ପିଲା ମଧ୍ୟ ସକାଳୁ ସଞ୍ଜ ଯାଏ ଅପେକ୍ଷା କରୁଛନ୍ତି । କିନ୍ତୁ କେବେ ସରବର୍ ଡାଉନ୍ ତ କେବେ କର୍ମଚାରୀ କାର୍ଯ୍ୟରେ ଅବହେଳା କରି କେନ୍ଦ୍ରକୁ ଆସୁନଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ହିତାଧିକାରୀ ଓ ଛାତ୍ର ଛାତ୍ରୀ ସ୍କୁଲ ନ ଯାଇ ଆଧାର କେନ୍ଦ୍ରରେ ଭିଡ଼ ଲଗାଉଛନ୍ତି । ହେଲେ ଆଧାର କେନ୍ଦ୍ର କର୍ମଚାରୀଙ୍କ ଖାମଖିଆଲି ଅଭାହେଳା ମନୋଭାବ ଯୋଗୁ ଲୋକଙ୍କ ସହ ଛୋଟ ପିଲା ମଧ୍ୟ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି । ଏ ସମ୍ପର୍କରେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କରଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.