ସରିଲା ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା, ଚଳିତ ବର୍ଷ ଆସିଛନ୍ତି ୬୭୩ ଅଧିକ ପକ୍ଷୀ

youtube

ରାଜନଗର : ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଶେଷ ।  ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତ ବର୍ଷ ଠାରୁ ବୃଦ୍ଧି ପାଇଛି ।  ଗତବର୍ଷ ଭିତରକନିକାରେ ୧ ଲକ୍ଷ ୩୦ ହଜାର୧୨୩ଟି ଦେଶୀୟ ପକ୍ଷୀ ଗଣନା କରାଯାଇଥିଲା ।  ଚଳିତ ବର୍ଷ ଏହି ସଂଖ୍ୟା ୧ଲକ୍ଷ ୩୦ ହଜାର ୭୯୬ କୁ ବୃଦ୍ଧି ପାଇଛି ।

ଅର୍ଥାତ୍ ଗତ ବର୍ଷ ଠାରୁ ଚଳିତ ବର୍ଷ ୬୭୩ ଟି ଅଧିକ ସଂଖ୍ୟକ ପକ୍ଷୀ ଭିତରକନିକାକୁ ଆସିଛନ୍ତି ।  ଚଳିତବର୍ଷ ୧୪ଶହ ୯ଟି ଗଛରେ ୨୭ ହଜାର୬୪୬ଟି ବସାରେ ଏହି ପକ୍ଷୀଙ୍କୁ ଗଣନା କରାଯାଇଛି ।  ୩ ଦିନ ଧରି ଚାଲିଥିଲା ଗଣନା । ୩ଟି ଟିମ୍ ଗଣନା କାର୍ଯ୍ୟରେ ସାମିଲ ଥିଲେ।

କନିକା ରେଞ୍ଜରେ ୨ଟି ଟିମ୍ ଓ ରାଜନଗର ରେଞ୍ଜରେ ଗୋଟିଏ ଟିମ୍ ଗଣନା କରିଥିଲେ । ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ୧୦ ପ୍ରକାର ପକ୍ଷୀଙ୍କ ସମାଗମ ହୋଇଛି।  ପକ୍ଷୀ ଗୁଡିକ ମଧ୍ୟରେ ଗେଣ୍ଡାଳିଆ , ରାଣୀବଗ, ମଝିଆବଗ, ଛୋଟବଗ , ଖଇରାବଗ, ମାଟିଆବଗ, ପାଣିକୁଆ, ଅନ୍ଧାରିଆବଗ , କାପରଖାଇ, ଦା ବେଂଟିଆ ପ୍ରଭୃତି ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.