
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ତାଙ୍କ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନେ କାହିଁକି ବଞ୍ଚିତ ହେଲେ, ରାସନ କାର୍ଡ ଅଛିକି ନାହିଁ, kyc upadate ହୋଇଛି କି ନାହିଁ ଏବଂ ଅନ୍ୟାନ୍ୟ ଯାହା ଯାହା ଦରକାର ତାହା ତର୍ଜମା କରାଯାଉଛି ।
ଏନେଇ ତର୍ଜମା କରିବା ପାଇଁ ଆଜି ସାଢେ଼୧୨ଟା ରେ ସମୀକ୍ଷା କରାଯିବ। ଏଥିପାଇଁ ସବୁ ବିଭାଗର ଅଧିକାରୀ ମାନଙ୍କୁ ଡକାଯାଇଛି । ଯେଉଁମାନେ ପୂର୍ବରୁ ସୁଭଦ୍ରା ଟଙ୍କା ପାଇଥିଲେ ଏବେ ଦୁଇଟି ଯାକ କିସ୍ତି କଟିଯାଇଛି ଏକାବେଳେ ସେମାନଙ୍କୁ ଦୁଇଟି ଯାକ କିସ୍ତି ଦିଆଯିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧକ୍ଷତାରେ ଲୋକସେବା ଭବନରେ ଏନେଇ ସମୀକ୍ଷା ବୈଠକ ହୋଇଥିବା ଜଣାଯାଇଛି ।
ତେଣୁ ଏଭଳି ଅନେକ ଅଭିଯୋଗ କିଛିଦିନ ହେଲା ରାଜ୍ୟ ସରକାରଙ୍କ ହସ୍ତଗତ ହେବ ପରେ ବିଭାଗ ଏପରି ନିଷ୍ପତି ନେଇଛି । ଏଥିରେ ବିଚଳିତ ହେବାର କିଛି ନାହିଁ। ଯେଉଁମାନେ ବଞ୍ଚିତ ହୋଇଛନ୍ତି ସେମାନେ ଯୋଗ୍ୟ ହୋଇଥିଲେ ନିଶ୍ଚୟ ପାଇବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।