ଗୋପାଳପୁର ବେଳାଭୂମିରେ ଜବରଦଖଲ ଊଛେଦ

add-all

ଗୋପାଳପୁର :ଗୋପାଳପୁର ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀ ଭାବରେ ବେଶ ପରିଚିତ ରହି ଆସିଥିବା ବେଳେ ଏବେ କିଛି ବର୍ଷ ହେବ ବେଳାଭୂମି ସମେତ ବେଳାଭୂମି ର ପାଦଚଲା ରାସ୍ତା କୁ ଉଠା ଦୋକାନୀ ମାନେ ନିଜ କବଜା କୁ ନେବା ସହ ବ୍ୟବସାୟ ବାଣିଜ୍ୟ କରି ଆସୁଛନ୍ତି।ଅନେକ ସମୟରେ ସ୍ଥାନୀୟ ଏନ ଏ ସି ପକ୍ଷରୁ ଉଠା ଦୋକାନୀଙ୍କୁ ତାଗିଦ କରିବା ସହ ଉଚ୍ଛେଦ କରାଯାଇଥିଲେ ମଧ୍ୟ ପୁଣିଥରେ ଦୋକାନୀ ମାନେ ସେଠାରେ ନିଜର ପସରା ମେଲାଇ ଦେଉଛନ୍ତି।ଏହି କ୍ରମରେ  ଏନ ଏ ସି ପକ୍ଷରୁ ଆଜି ପୁଣିଥରେ ବେଳାଭୂମିର ପାଦଚଲା ରାସ୍ତା ର ଦୁଇ କଡରେ ଜବରଦଖଲ ଊଛେଦ କରାଯାଇଛି l  ବେଳାଭୂମିରେ ବହୁ ଉଠା ଦୋକାନୀ ମୁଖ୍ୟ ବେଳାଭୂମି ପରିସରକୁ  ନିଜ କବଜାରେ ରଖି ଆସିଥିଲେ l ଯାହାରି ଫଳରେ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ l ଗୋପାଳପୁର ବେଳାଭୂମି ନିଜର ସୌନ୍ଦର୍ଯ୍ୟ ହରାଉଥିବା ବେଳେ ଏହାକୁ ନଜରରେ ରଖି ପୂର୍ବରୁ ଏନ ଏ ସି ପକ୍ଷରୁ ତାଗିଦ ହୋଇଥିଲା l ଆଜି ଏନ ଏ ସି ପକ୍ଷରୁ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେଣିଆ,ସିଇଓ ସାଗରିକା ବିଷୋୟୀଙ୍କ, ଏନ ଏ ସି କର୍ମଚାରୀଙ୍କ ସମେତ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇ ମୁଖ୍ୟ ବେଳାଭୂମିର ରାସ୍ତାରେ ଜବରଦଖଲ କରିଥିବା ଉଠା ଦୋକାନୀକୁ ଊଛେଦ କରାଯାଇଥିଲା l ଆଗାମୀ ଦିନରେ ମଧ୍ୟ୍ୟ ଏହା ଜାରି ରହିବ l ଏହାର ଅବମାନନା କଲେ ଜୋରିମାନା ଦେବାକୁ ପଡିବ ବୋଲି ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି l ଅନ୍ୟ ପଟେ ଗତ କିଛି ଦିନ ତଳେ ଜିଲ୍ଲାପାଳ ଭାବେ ଭି କିର୍ତ୍ତି ଭାସନ ଦାୟିତ୍ୱ ନେବା ପରେ ଗୋପାଳପୁର ପରିଦର୍ଶନ ଆସି ଅନେକ ଗୁଡ଼ିଏ ପଦକ୍ଷେପ ନେବା ନିମନ୍ତେ ଆଲୋଚନା କରିଥିଲେ । ଏଥିରେ ଉଠା ଦୋକାନୀ ମାନଙ୍କ ବେଳାଭୂମି ଅଞ୍ଚଳରେ ଏକ ସ୍ବତନ୍ତ୍ର ସ୍ଥାନରେ ଦୋକାନ ବ୍ବୟସୂକରି ସେମାନଙ୍କୁ ସେଠାକୁ ସ୍ଥାନାନ୍ତରିତ ନିମନ୍ତେ ପଦକ୍ଷେପ ନିଆଯିବାକୁ ସ୍ଥିର ହୋଇଥିଲା। ବେଳାଭୂମି ରେ ଉଠା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେପାରୀ ମାନେ ମଧ୍ୟ ପ୍ରଶାସନକୁ ନିଜର ବ୍ୟବସାୟ ନିମନ୍ତେ ଉଚିତ ସ୍ଥାନ ନିର୍ଣ୍ଣୟ କରି ସେଠାରେ ଦୋକାନ ଗୃହ ନିର୍ମାଣ କରି ସେମାନଙ୍କୁ ପ୍ରଦାନ କରାଗଲେ, ସେମାନେ ମନ ଇଚ୍ଛା ଯେଉଁଠି ସେଇଠି ଦୋକାନ ଖୋଲି ବ୍ୟବସାୟ କରି ନଥାନ୍ତେ ବୋଲି ଆଜି ମତପୋଷଣ କରିଛନ୍ତି।

ad-week
Leave A Reply

Your email address will not be published.