ନେପାଳ ପରେ ଫ୍ରାନ୍ସରେ ଉତ୍ତେଜନା, ରାସ୍ତାକୁ ଓହ୍ଲାଇଲେ ଲକ୍ଷାଧିକ ପ୍ରଦର୍ଶନକାରୀ

youtube

ଫ୍ରାନ୍ସ : ନେପାଳ ପରେ ଏବେ ଫ୍ରାନ୍ସରେ ଉତ୍ତେଜନା ଦେଖାଦେଇଛି । ନେପାଳରେ ଯୁବଗୋଷ୍ଠୀଙ୍କ ବିରୋଧ ଓ ହିଂସା ସେଠିକାର ସରକାର ଭାଙ୍ଗିଦେଇଛି । ଏବେ ଫ୍ରାନ୍ସରେ ନେପାଳ ଭଳି ଅବସ୍ଥା ଦେଖିବାକୁ ମିଳିଛି । ଫ୍ରାନ୍ସ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଫ୍ରାନ୍ସର ଲକ୍ଷ ଲକ୍ଷ ପ୍ରଦର୍ଶନକାରୀ । ରାସ୍ତାଘାଟ ସବୁଠି ପ୍ରତିବାଦ ଆରମ୍ଭ ହୋଇଛି । ହିଂସା ରୋକିବାକୁ ପ୍ୟାରିସର ଗଳିକନ୍ଦିରେ ପାଖାପାଖି ୮୦ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିବା ସୂଚନା ରହିଛି ।

ଖବର ମୁତାବକ, ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଙ୍କ ବିରୋଧରେ ଉଠିଛି ବିରୋଧର ସ୍ବର । ଉତ୍ୟକ୍ତ ଜନତା ରାସ୍ତାଘାଟ ସବୁଠି ବିଦ୍ରୋହ କରିବା ସହ ସର୍ବସାଧାରଣ ସ୍ଥାନରେ ଭଙ୍ଗାରୁଜା କରିବା ରୋଡ୍ ଓ ରେଲୱେ ପ୍ଲାଟଫର୍ମ ବନ୍ଦ କରିଛନ୍ତି । ଦେଶରେ ନୂଆ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ୨ଶହରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି । ଏହାସହ ପ୍ରଦର୍ଶନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ସେନା ।

ସମଗ୍ର ଦେଶରେ ସୁରକ୍ଷାବାହିନୀ ନିୟୋଜିତ କରାଯାଇଛି । ପ୍ରଦର୍ଶନକାରୀ ରାସ୍ତା ଜାମ୍ କରିଛନ୍ତି । କିନ୍ତୁ ଫ୍ରାନ୍ସ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ବନ୍ଦ ହୋଇନାହିଁ । ସୁରକ୍ଷାବାହିନୀ କେତେ ଜଣକୁ ଗିରଫ କରିଛନ୍ତି । ସୂଚନାଯୋଗ୍ୟ, ସଂସଦରେ ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଅନାସ୍ଥା ପ୍ରସ୍ତାବ ଜରିଆରେ ହଟାଇଥିଲେ ।

Leave A Reply

Your email address will not be published.