
ଭୁବନେଶ୍ୱର: ଆଜିଠାରୁ ବାଣୀବିହାରରେ ଆରମ୍ଭ ହୋଇଛି ଅପରେସନ ଅଲଆଉଟ୍ । ଅନଧିକୃତ ଭାବେ ମାଡି ବସିଥିବା କ୍ୱାର୍ଟର୍ସକୁ ଖାଲି କରୁଛି ପ୍ରଶାସନ । ଷ୍ଟାପ୍ କ୍ୱାର୍ଟର୍ସ ଖାଲି କରିବାକୁ ପୂର୍ବରୁ ନୋଟିସ କରିଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ । ଏହି ମହଲତ ଶେଷ ହେବା ପରେ ଆଜିଠୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ହଷ୍ଟେଲରୁ ଅଣଛାତ୍ରଙ୍କୁ ତଡିବା ପରେ ଏବେ କ୍ୱାର୍ଟର୍ସ ଖାଲି କରାଯାଉଛି ।
ସୁରକ୍ଷା ପାଇଁ ୪ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତକାଲି ସନ୍ଧ୍ୟା ସୁଦ୍ଧା ବେଆଇନ ଭାବେ ମାଡି ବସିଥିବା ଷ୍ଟାପ୍ କ୍ୱାର୍ଟର୍ସ ଖାଲି କରିବାକୁ କୁଳପତି ନିର୍ଦ୍ଦେଶ ଦେଇଥିଲେ । କିଛି କ୍ୱାର୍ଟର ଖାଲି ହୋଇଥିବା ବେଳେ ଆଉ କିଛି କ୍ୱାର୍ଟର ଏବେ ବି ଅକ୍ତିଆରରେ ଥିବା ସୂଚନା ମିଳିବା ପରେ ଉଚ୍ଛେଦ କରାଯାଉଛି । ପାଖାପାଖି ୫୦ଟି କ୍ୱାର୍ଟର୍ସରେ ଉଚ୍ଛେଦ ଜାରି ରହିଛି । ତେବେ ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି, ପୁଲିସ ଟିମ୍ ଓ ବିଏମସି ମିଳିତ ଭାବେ ଅପରେସନ ଆରମ୍ଭ କରିଛନ୍ତି । ବର୍ଷ ବର୍ଷ ଧରି ଷ୍ଟାଫ୍ କ୍ୱାର୍ଟର ମାଡି ବସିଥିବା ଲୋକଙ୍କୁ ତଡିବା ପରେ ବସ୍ତି ଉଚ୍ଛେଦ ଦିଗରେ ପଦକ୍ଷେପ ନିଆଯିବ ।